ETV Bharat / bharat

Building collapsed in Amravati: କୋଠାତଳେ ଚାପିହୋଇ 5 ମୃତ - କୋଠା ଭୁଶୁଡି 5ଜଣଙ୍କ ମୃତ୍ୟୁ

ଭୁଶୁଡିଲା କୋଠା । କୋଠା ଭୁଶୁଡି 5ଜଣଙ୍କ ମୃତ୍ୟୁ । ମହାରାଷ୍ଟ୍ରର ଅମରାବତୀରେ ଭୁଶୁଡିଲା କୋଠା(Building collapsed in Amravati)। କୋଠା ତଳେ ଚାପି ହୋଇ 5ଜଣଙ୍କ ମୃତ୍ୟୁ । ଖବରପାଇ ଅମରାବାତୀର ସାଂସଦ ନବନୀତ୍ ରଣା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅଧିକ ପଢନ୍ତୁ

Building collapsed in Amravati
Building collapsed in Amravati
author img

By

Published : Oct 30, 2022, 4:53 PM IST

ମୁମ୍ବାଇ: ଅମରାବତୀରେ ବଡ ଦୁର୍ଘଟଣା । କୋଠା ଭୁଶୁଡି 5ଜଣଙ୍କ ମୃତ୍ୟୁ । ଅମରାବତୀ ସହରର ପ୍ରଭାତ ଛକ ନିକଟରେ କୋଠା ଭୁଶଡିବା(Building collapsed in Amravati ) ଫଳରେ 5ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପରେ ମ୍ୟୁନିସିପାଲିଟିର କାର୍ଯ୍ୟ ଉପରେ ପ୍ରଶ୍ନବାଚା ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ମଧ୍ୟାହ୍ନ 1.30ରେ ଏହି ଦୁର୍ଘଟଣା ହୋଇଛି । ଏହି ସମୟରେ ବିଲଡିଂର ତଳ ମହଲାରେ ଥିବା ଦେକାନରେ 5ଜଣ ଲୋକ କାର୍ଯ୍ୟ କରୁଥିଲେ । କୋଠା ଭୁଶୁଡିବା ଫଳରେ 5ଜଣ ଲୋକ ଚାପି ହୋଇ ରହିଥିବା ବେଳେ 5ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ଭାବେ 2ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ 5ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଖବରପାଇ ଅମରାବାତୀର ସାଂସଦ ନବନୀତ୍ ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ଅମରାବତୀର ପୂର୍ବତନ ମେୟର ମିଲିନ୍ଦ ଚିମୋଟେ, ଭିଲାସ ଇନଗୋଲ ଏବଂ କଂଗ୍ରେସ ନଗର ସଭାପତି ବାବୁଲୁ ଶେଖୱାଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନାଅନୁସାରେ ଏହି କୋଠାକୁ ଭାଙ୍ଗିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ କ୍ରମାଗତ ସାତ ବର୍ଷ ଧରି ମ୍ୟୁନିସିପାଲିଟି ପକ୍ଷରୁ ନୋଟିସ୍ ଜାରି କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ଫଳରେ ଆଜି କୋଠା ଭୁଶୁଡି 5ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ଅଧିକ ସୂଚନାକୁ ଅପୋକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.