ETV Bharat / bharat

ବେଙ୍ଗାଲୁରୁରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣା, 5 ଗିରଫ

ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଅଧିକ ପଢନ୍ତୁ...

author img

By

Published : May 29, 2021, 8:53 AM IST

ବେଙ୍ଗାଲୁରୁରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣା, 5 ଗିରଫ
ବେଙ୍ଗାଲୁରୁରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣା, 5 ଗିରଫ

ବେଙ୍ଗାଲୁରୁ: ନିକଟରେ ବେଙ୍ଗାଲୁରୁର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କୁ 4 ଜଣ ଯୁବକ ଆମାନୁଷିକ ଭାବେ ଯୌନ ନିର୍ଯାତନା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବକଙ୍କ ସହ ଏକ ମହିଳା ମଧ୍ୟ ସାମିଲ ଥିଲେ । ଅଭିଯୁକ୍ତମାନେ ମହିଳାଙ୍କ ଯୌନଙ୍ଗରେ ମଦ ବୋତଲ ଭର୍ତ୍ତି କରିବା ସହ ଅସହ୍ୟ ନିର୍ଯାତନା ଦେଇଥିଲେ । ଘଟଣାଟି ବେଙ୍ଗାଲୁରୁର ରାମାମୁରଥି ନଗରର ହୋଇଥିବାବେଳେ ଭିଡିଓଟିକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି ହୋଇଥିଲା । ଯାହାପରେ ବେଙ୍ଗାଲୁରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାରେ ସକ୍ଷମ ହୋଇଛି ।

ସୂଚନାଯୋଗ୍ୟ, ସମସ୍ତ ଅଭିଯୁକ୍ତମାନେ ବାଂଲାଦେଶର ନାଗରିକ ହୋଇଥିବେଳେ ପୀଡିତା ମଧ୍ୟ ବାଂଲାଦେଶର ବୋଲି ସନ୍ଦେହ କରାଯାଉଛି । ପୀଡିତାଙ୍କୁ ହ୍ୟୁମାନ ଟ୍ରାଫିକିଂ ପାଇଁ ଭାରତ ଅଣାଯାଇଥିଲା । ତେବେ ପୀଡିତା ଜଣକ ବର୍ତ୍ତମାନ ପଡୋଶୀ ରାଜ୍ୟରେ ଥିବା ଜଣାପଡିଛି । ତାଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ପଠାଯାଇଛି । ସେପଟେ ଅଭିଯୁକ୍ତଙ୍କ ଉପରେ ଦୁଷ୍କର୍ମ, ଯୌନ ନିର୍ଯାତନା ଆଦି ମାମଲା ପୋଲିସ ଦାୟର କରିଛି ।

ଘଟଣାରେ କର୍ଣ୍ଣାଟକ ଗୃହମନ୍ତ୍ରୀ ବସଭାରାଜ ବୋମାଇ କହିଛନ୍ତି, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଏହା ଉପରେ ଅଧିକ ଅନୁସନ୍ଧାନ କରିବା ପରେ ଘଟଣାଟି ଆମ ସାମ୍ନାକୁ ଆସିଥିଲା । ଯାହାପରେ ପୋଲିସ ଏହି ହ୍ୟୁମାନ ଟ୍ରାଫିକିଂ ଗ୍ୟାଙ୍ଗର ଖୋଳତାଡ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.