ETV Bharat / bharat

COVID SCARE: 5 ରୁ 10 ପ୍ରତିଶତ କୋରୋନା ସଂକ୍ରମିତ ମେଡିକାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି

author img

By

Published : Jan 11, 2022, 8:32 AM IST

Updated : Jan 11, 2022, 8:58 AM IST

ବର୍ତ୍ତମାନ ସମୟରେ ୫ ରୁ ୧୦ ପ୍ରତିଶତ କୋରୋନା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି । ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଅଧିକ ପଢନ୍ତୁ

୫-୧୦ ପ୍ରତିଶତ ରୋଗୀ ମେଡିକାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ କାୟା ମେଲାଉଛି କୋରୋନା । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସହ ଦୈନିକ ପଜିଟିଭ ମାମଲା ମଧ୍ୟ ବଢି ଚାଲିଛି । ତେବେ ବର୍ତ୍ତମାନ ସମୟରେ କେବଳ ୫ ରୁ ୧୦ ପ୍ରତିଶତ କୋରୋନା ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ଦ୍ବିତୀୟ ଲହର ସମୟରେ ୨୦ ରୁ ୨୩ ପ୍ରତିଶତ ରୋଗୀ ମେଡିକାଲରେ ଭର୍ତ୍ତି ହେଉଥିଲେ । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ(Union health secretary Rajesh Bhushan) ଏହି ସୂଚନା ଦେଇଛନ୍ତି ।

ସୋମବାର ସ୍ବାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏନେଇ ଏକ ପତ୍ର ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ୫ ରୁ ୧୦ ପ୍ରତିଶତ କୋରୋନା ରୋଗୀ ମେଡିକାଲ ଚିକିତ୍ସା ଆବଶ୍ୟକ କରୁଥିଲେ ହେଁ ଏବେ ବି ସ୍ଥିତି ଗତିଶୀଳ ରହିଛି । ଏଣୁ ଆଗାମୀ ଦିନରେ ହସ୍ପିଟାଲାଇଜେନସର ଆବଶ୍ୟକତା ଦ୍ରୁତଗତିରେ ବଢିପାରେ । ଏପରିସ୍ଥଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହୋମ୍ ଆଇସୋଲେସନ ଏବଂ ମେଡିକାଲରେ ଚିକିତ୍ସାଧୀନ ସଂକ୍ରମିତଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ଜରୁରୀ । ଦେଶରେ ବିଭିନ୍ନ ସ୍ଥାନରେ ଡେଲ୍ଟା ଭାଇରସ୍‌ର ଉପସ୍ଥିତି ଏବଂ ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାର ମୁକାବିଲ ପାଇଁ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରାଯିବବା ଆବଶ୍ୟକ । ପର୍ଯ୍ୟାପ୍ତ ଭିତ୍ତିଭୂମି ସହ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବଢାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଥିବାମୋଟ ସକ୍ରିୟ ମାମଲା, ହୋମ ଆଇସୋଲେସନରେ ରହୁଥିବା ରୋଗୀ, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା, ଅକ୍ସିଜେନ ଏବଂ ଆଇସିୟୁ ଶଯ୍ୟା ସଂଖ୍ୟା ଆଦି ଏସବୁ ଉପରେ କଡା ନଜର ରଖିବା ଦରକାର । ଏଥିସହ ଦ୍ବିତୀୟ ଲହର ପରି ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବାକୁ ଭୂଷଣ ପରାମର୍ଶ ଦେଇଛନ୍ତି । କହିରଖୁଛୁ କି, ଏଯାବତ୍ ଦେଶରେ ମୋଟ ୪,୦୩୩ଟି କୋରୋନାର ନୂଆ ପ୍ରଜାତି ଓମିକ୍ରନ ଠାବ ହୋଇଛି ।

@ANI

Last Updated : Jan 11, 2022, 8:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.