ETV Bharat / bharat

Ramoji Film City: ଆସନ୍ତା ୧୭ରୁ ୪୫ ଦିନିଆ Winter Fest - ରାମୋଜୀ ଫିଲ୍ମ ସିଟି ଶୀତ ଉତ୍ସବ

ଡିସେମ୍ବର ୧୭ରୁ ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀ ଫିଲ୍ମ ସିଟି(Ramoji Film City)ରେ ଆରମ୍ଭ ହେଉଛି ଦୀର୍ଘତମ ଶୀତ ଉତ୍ସବ । ଆସନ୍ତା ଜାନୁଆରୀ ୩୦ ଯାଏଁ ଚାଲିବାକୁ ଥିବା ଏହି ଉତ୍ସବ ପର୍ଯ୍ୟଟକଙ୍କୁ ଭେଟ ଦେବ ଶୀତକାଳୀନ ଅବସର ବିନୋଦନର ଅପୂର୍ବ ଆନନ୍ଦ । ଅଧିକ ପଢନ୍ତୁ

ଆସନ୍ତା ୧୭ରୁ ରାମୋଜୀ ଫିଲ୍ମ ସିଟିର ଶୀତ ଉତ୍ସବ

author img

By

Published : Dec 14, 2021, 1:08 PM IST

ହାଇଦ୍ରାବାଦ: ରାମୋଜୀ ଫିଲ୍ମ ସିଟି(Ramoji Film City)ରେ ଡିସେମ୍ବର ୧୭ରୁ ଆରମ୍ଭ ହେଉଛି ଦୀର୍ଘତମ 'ଶୀତ ଉତ୍ସବ' । ୨୦୨୨ ଜାନୁଆରୀ ୩୦ ଯାଏଁ ଚାଲିବାକୁ ଥିବା ଏହି ଉତ୍ସବ ପର୍ଯ୍ୟଟକଙ୍କୁ ଭେଟି ଦେବ ଶୀତକାଳୀନ ଅବସର ବିନୋଦନର ଅପୂର୍ବ ଆନନ୍ଦ । କଳ୍ପନା ଓ ବାସ୍ତବତାର ଦୋଛକିରେ ଠିଆ ହୋଇ ଦେଖଣାହାରୀ ସାଉଣ୍ଟି ନେବେ ବିଷୟ ଭିତ୍ତିକ ଆକର୍ଷଣ, ଲାଇଭ ଶୋ, କ୍ରୀଡା, କୌତୁକ ଓ ଦର୍ଶନୀୟ ବାହୁବଳୀ ସୁଟିଂ ସେଟର ଅନନ୍ୟ ଅନୁଭୂତି । ଏଥିସହ ନୂତନ ବର୍ଷ ପାଳନ ପାଇଁ ଡିସେମ୍ବର ୩୧ ତାରିଖ ରାତିରେ ସ୍ବତନ୍ତ୍ର ପାର୍ଟିର ଆୟୋଜନ କରାଯିବ । ପିଲାଙ୍କ ପାଇଁ ରାମୋଜୀ ଫିଲ୍ମି ସିଟିରେ ଭରି ରହିଛି ନିଆରା ପକ୍ଷୀ ଓ ପ୍ରଜାପତି ଉଦ୍ୟାନ, ରୋମାଞ୍ଚକର ଦୋଳି ଓ ସବାରୀ ଭଳି ଅନେକ ଆକର୍ଷଣୀୟ ପୁଲକର ପସରା ।

ଦର୍ଶନୀୟ କାର୍ଣ୍ଣିଭାଲ ଓ ଚିକମିକ୍ ସନ୍ଧ୍ୟା:

ରାମୋଜୀ ଫିଲ୍ମ ସିଟିକୁ ଡିସେମ୍ବର ୧୭ରେ ଓହ୍ଲାଇ ଆସିବ ୪୫ ଦିନିଆ ଏକ ଆନନ୍ଦମୟ ଋତୁ । ଉତ୍ସବମୟ ଏହି ଋତୁର ପ୍ରତିଟି ସନ୍ଧ୍ୟାରେ ସ୍ବପ୍ନଳ ଅଗଣାସବୁ ପାଲଟିବ ସୁସଜ୍ଜିତ କାର୍ଣ୍ଣିଭାଲ ପରେଡ ଓ ପ୍ରଜ୍ଞାପନ ମଢେର ଗତିପଥ । ସଙ୍ଗୀତ ଓ ନୃତ୍ୟର ତାଳେତାଳେ କୋଳାହଳ ଓ କୌତୁହଳମୟ ପରିବେଶରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିବେ ଦଳ ଦଳ ନୃତ୍ୟଶିଳ୍ପୀ, ରଣପା କଳାକାର ଓ ଜୋକରମାନେ । ୪୫ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଡିସେମ୍ବର ୩୧ ତାରିଖ ରାତିରେ ନୂଆ ବର୍ଷ ଉପଲକ୍ଷେ ସ୍ବତନ୍ତ୍ର ପାର୍ଟିର ଆୟୋଜନ କରାଯିବ ।

ଆଲୋକମାଳାରେ ସୁସଜ୍ଜିତ ପଥ ଓ ଉଦ୍ୟାନ ସନ୍ଧ୍ୟାକୁ କରିବା ଆହୁରି ଆକର୍ଷଣୀୟ । ଭରିଦେବ ଯାଦୁକରି ଅନୁଭୂତି । ସ୍ଥାନେ ସ୍ଥାନେ ବହୁବିଧ ବିକଳ୍ପରେ ଭରା ଦୋକାନ ସ୍ମୃତିର ସନ୍ତକଟିଏ ନିଜର କରି ରଖିବାକୁ ସୁଯୋଗ ସୃଷ୍ଟି କରିବ ।

ରାମୋଜୀ ଫିଲ୍ମ ସିଟିରେ ସବୁ ପକେଟକୁ ସୁହାଇବା ଭଳି ଆକର୍ଷଣୀୟ ହୋଟେଲ ରହଣି ପ୍ୟାକେଜ ଉପଲବ୍ଧ ହେଉଛି । ଦୀର୍ଘତନ ଏହି ଶୀତୋତ୍ସବକୁ ସ୍ମରଣୀୟ କରିବାକୁ ଅଧିକ ବିବରଣୀ ପାଇଁ ୧୮୦୦ ୧୨୦ ୨୯୯୯ ନମ୍ବରକୁ ଯୋଗାଯୋଗ କରନ୍ତୁ କିମ୍ବା ଲଗ୍ ଅନ କରନ୍ତୁ www.ramojifilmcity.com ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.