ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କୋରୋନା ସଂକ୍ରମଣ ମାମଲା 50 ହଜାରରୁ ତଳେ ରହୁଛି । ଗତ 24 ଘଣ୍ଟାରେ ମଧ୍ୟରେ 43 ହଜାର 82 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ 492 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।
ସଦ୍ୟତମ ରିପୋର୍ଟକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 93 ଲକ୍ଷ 9 ହଜାର 788ରେ ପହଞ୍ଚିଛି । ସେହିପରି, ମୃତ୍ୟୁ ସଂଖ୍ୟା 1 ଲକ୍ଷ 35 ହଜାର 715 ଛୁଇଁଛି । ତେବେ ଦେଶରେ 4 ଲକ୍ଷ 55 ହଜାର 555 ସକ୍ରିୟ ମାମଲା ରହିଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ 87 ଲକ୍ଷ 18 ହଜାର 517 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
@ANI