ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ପିଏସଏ( ଜନ ସୁରକ୍ଷା ଅଧିନିୟମ ) ଅନୁଯାୟୀ ଅଟକ ହୋଇଥିବା 430 ଜଣ ଲୋକଙ୍କୁ ସରକାର ଅଦ୍ୟାବଧି ଛାଡିଛନ୍ତି । ସେହିପରି ଏବେ କୌଣସି ଲୋକ ଗୃହବନ୍ଦୀ ନାହାଁନ୍ତି । ଏନେଇ ଆଜି(ବୁଧବାର) ସଂସଦରେ ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଜମ୍ମୁ ଓ କାଶ୍ମୀରରେ ସମୁଦାୟ 613 ଜଣଙ୍କୁ ପିଏସଏ ଆଧାରରେ ଅଟକ ରଖାଯାଇଥିଲା । ଯେଉଁଥିରେ ବିଚ୍ଛିନ୍ନତାବାଦୀ ଓ ପଥରଫିଙ୍ଗାଳୀ ମଧ୍ୟ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ 430 ଜଣଙ୍କୁ ଛଡାଯାଇଥିବା ଗୃହ ମନ୍ତ୍ରଣାଳୟ କହିଛି । ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ ଏପରି କୁହାଯାଇଛି । ତେବେ ଏହି 613 ଜଣଙ୍କୁ 2019 ଅଗଷ୍ଟ 1 ତାରିଖ ପର ଠାରୁ ଗିରଫ କରାଯାଇଛି ।
ସୂଚନାଥାଉକି, 2019 ଅଗଷ୍ଟ ମାସରେ ଧାରା 370 ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଲକ୍ଷ୍ୟ କରି ସରକାର ଏହି ପଦକ୍ଷେପ ନେଇଥିଲେ । ଅନେକ ନେତାକୁ ଗୃହବନ୍ଦୀ କରାଯାଇଥିଲା । ତେବେ ଏବେ କେନ୍ଦ୍ର ଶାସିତ ଅଞ୍ଚଳରେ କେହି ଗୃହବନ୍ଦି ନଥିବା କୁହାଯାଇଛି ।
@ANI