ETV Bharat / bharat

ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଦକ୍ଷିଣ 24 ପ୍ରଗଣାରୁ ମିଳିଲା 41ଟି ବୋମା - ଦକ୍ଷିଣ 24 ପ୍ରଗଣା

ପଶ୍ଚିମବଙ୍ଗରେ 3ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦକ୍ଷିଣ 24 ପ୍ରଗଣାରୁ 41ଟି ଅଫୁଟା ବୋମା ମିଳିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଦକ୍ଷିଣ 24 ପ୍ରଗଣାରୁ 41 ବୋମା ଠାବ

author img

By

Published : Apr 3, 2021, 2:05 PM IST

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ । ଏଥିଲାଗି ରାଜ୍ୟରେ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ରାଜ୍ୟରେ 2ଟି ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହେଉଥିବା ବେଳେ ଏପ୍ରିଲ 6 ତାରିଖରେ ହେବ 3ୟ ପର୍ଯ୍ୟାୟ ମତଦାନ । ତେବେ ଏହାରି ମଧ୍ୟରେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରୁ 41ଟି ଅଫୁଟା ବୋମାକୁ ଗତ ଶୁକ୍ରବାର ଉଦ୍ଧାର କରାଯାଇଛି ।

ବୋମା ରହିଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଜିଲ୍ଲାର ପଦ୍ମପୁକୁର ଅଞ୍ଚଳରେ ଭାଙ୍ଗୋର ପୋଲିସ ଚଢାଉ କରିଥିଲା । ତେବେ ଏହି ଚଢାଉ ସମୟରେ ଏକ ବୁଦା ଅଞ୍ଚଳରୁ 41ଟି ଅଫୁଟା ବୋମାକୁ ଜବତ କରାଯାଇଥିବା ଦକ୍ଷିଣ 24 ପ୍ରଗଣାର ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ବିଧାନସଭା ଆସନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଯଥାକ୍ରମେ ମାର୍ଚ୍ଚ 27 ଓ ଏପ୍ରିଲ 1 ତାରିଖରେ ଶେଷ ହୋଇଛି । ଏହାପରେ 3ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଏପ୍ରିଲ 6 ତାରିଖରେ ଅନୁଷ୍ଠିତ ହେବ । ତେବେ ରାଜ୍ୟରେ ମୋଟ 8ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.