ETV Bharat / bharat

ମନାଲିରେ ସ୍କିଙ୍ଗ ଶିଖିଲେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ - ଶିବିର

ସ୍ପେଶିଆଲ ଅଲମ୍ପିକ ଭାରତ ପକ୍ଷରୁ ପ୍ରାୟ 7ଟି ରାଜ୍ୟର ପାଖାପାଖି 40 ଜଣ ପିଲାଙ୍କୁ ମନାଲିର ସୋଲାଙ୍ଗ ନାଲାରେ ପ୍ରଶିକ୍ଷଣ ଦିଆଯାଉଛି ।

ଭିନ୍ନକ୍ଷମ ପିଲାଙ୍କୁ ସ୍କିଙ୍ଗ ପ୍ରଶିକ୍ଷଣ
ଭିନ୍ନକ୍ଷମ ପିଲାଙ୍କୁ ସ୍କିଙ୍ଗ ପ୍ରଶିକ୍ଷଣ
author img

By

Published : Feb 21, 2021, 7:22 PM IST

କୁଲ୍ଲୁ: ବରଫାବୃତ ପାହାଡରେ ଦିବ୍ୟାଙ୍ଗଙ୍କୁ ଦିଆଯିବ ସ୍କିଙ୍ଗ ତାଲିମ । ସ୍ପେଶିଆଲ ଅଲମ୍ପିକ ଭାରତ ପକ୍ଷରୁ ପ୍ରାୟ 7ଟି ରାଜ୍ୟର ପାଖାପାଖି 40 ଜଣ ପିଲାଙ୍କୁ ମନାଲିର ସୋଲାଙ୍ଗ ନାଲାରେ ପ୍ରଶିକ୍ଷଣ ଦିଆଯାଉଛି ।

ଫେବୃଆରୀ 8ରୁ 20 ମଧ୍ୟରେ ଆରମ୍ଭ ହୋଇଥିବା ଏହି ଶିବିରରେ ସାମିଲ ହୋଇଥିବା କୁଲ୍ଲୁର ଜାତୀୟ ସ୍ବତନ୍ତ୍ର ଅଲିମ୍ପିକ ଜିଲ୍ଲା ପରିଚାଳନା କମିଟି ମଧ୍ୟ ସୋଲାଙ୍ଗ ନାଲାରେ ପହଞ୍ଚି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି ।

ଏହି କମିଟିର ସଦସ୍ୟମାନେ ସୁବାଷ ଶର୍ମା, ଶେରୁ ରାମ, ମୋହନ ବାଲି ଏବଂ ଜଗଦୀଶ ଶର୍ମା ମଧ୍ୟ ଥିଲେ ଯେଉଁମାନେ କି, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ତେଲେଙ୍ଗାନା ଭଳି ରାଜ୍ୟର ଭିନ୍ନକ୍ଷମ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଏନେଇ ସୁବାଷ ଶର୍ମା କହିଛନ୍ତି ଯେ, ଅଲମ୍ପିକ ଆସୋସିଏସନର ସଭାପତି ଡ.ମଲ୍ଲିକା ନଡ୍ଜାଙ୍କ ନେତୃତ୍ବରେ ଦେଶର ସାତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟର 40 ଜଣ ଭିନ୍ନକ୍ଷମ ପିଲାଙ୍କୁ ତାଲିମ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.