ବ୍ରହ୍ମପୁର: ବାତ୍ୟ ଜୱାଦର ପ୍ରଭାବ ଆନ୍ଧ୍ର ମତ୍ସ୍ୟଜୀବୀ ଓଡିଶାରେ । ସାମୁଦ୍ରିକ ବାତ୍ୟା ଜୱାଦର (Cyclone Jawad) ପ୍ରଭାବ ଆରମ୍ଭ ହୋଇଯାଇଛି। ଗୋପାଳପୁର ବନ୍ଦରରେ ରହିବେ ଆନ୍ଧ୍ରର ୪୦ ଡଙ୍ଗା ଓ ମତ୍ସ୍ୟଜୀବୀ । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର (Special Relief Commissioner) ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।
-
#CycloneJawad 40 boats with fishermen of AndhraPradesh have been allowed to berth in Gopalpur port and being provided with all shelter facilities. @CMO_Odisha @SecyChief @osdmaodisha @SRC_Odisha @IPR_Odisha
— Pradeep Jena IAS (@PradeepJenaIAS) December 3, 2021 " class="align-text-top noRightClick twitterSection" data="
">#CycloneJawad 40 boats with fishermen of AndhraPradesh have been allowed to berth in Gopalpur port and being provided with all shelter facilities. @CMO_Odisha @SecyChief @osdmaodisha @SRC_Odisha @IPR_Odisha
— Pradeep Jena IAS (@PradeepJenaIAS) December 3, 2021#CycloneJawad 40 boats with fishermen of AndhraPradesh have been allowed to berth in Gopalpur port and being provided with all shelter facilities. @CMO_Odisha @SecyChief @osdmaodisha @SRC_Odisha @IPR_Odisha
— Pradeep Jena IAS (@PradeepJenaIAS) December 3, 2021
ସାମୁଦ୍ରିକ ବାତ୍ୟା ଜୱାଦର ପ୍ରକୋପ ବୃଦ୍ଧି ପାଉଛି ଗଭୀର ସମୁଦ୍ରରେ ଯାଇଥିବା ଆନ୍ଧ୍ରପ୍ରଦେଶର ପ୍ରାୟ ୪୦ ଡଙ୍ଗା ଓ ମତ୍ସ୍ୟଜୀବୀ ଫେରିଆସୁଛନ୍ତି । ତେବେ ଏ ଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶର ୪୦ ଜଣ ମତ୍ସ୍ୟଜୀବି ତାଙ୍କ ଡଙ୍ଗା ଗୁଡିକୁ ଗୋପାଳପୁର ବନ୍ଦରରେ ରଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ସହ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସାମୁଦ୍ରିକ ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ବାତ୍ୟାର ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ଭାରତୀୟ ପାଣିପଗ ବିଭାଗ (Indian Metrological Department) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦ 5 ତାରିଖ ଦିନ ଅର୍ଥାତ ରବିବାର ସକାଳ ସମୟରେ ଓଡିଶାର ପୁରୀରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବର ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପରେ ବେଶ ପ୍ରଭାବ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବାର ସମ୍ଭାବନ ରହିଛି।
@ANI