ଜୟପୁର: ରାଜସ୍ଥାନରେ ଭୂକମ୍ପ ଝଟକା । ରାଜସ୍ଥାନ ଜାଲୋରରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡର ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା ମିଳିଛି ।
ଏହାର ଗଭୀରତା ୧୦ କିଲୋମିଟର ହୋଇଥିବା ବେଳେ କେନ୍ଦ୍ରସ୍ଥଳ ରାଜସ୍ଥାନ ଯୋଧପୁର ଠାରୁ ୧୫୦ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ରାତି ପ୍ରାୟ ୨.୨୬ ମିନିଟରେ ଏହି ଭୂକମ୍ପ ହୋଇଥିଲା । ଏହାର ଦ୍ରାଘିମା ୨୫.୦୩ ହୋଇଥିବା ବେଳେ ଅକ୍ଷାଂଶ ୭୨.୩୫ ହୋଇଥିବା ସୂଚନା ମିଳିଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୈଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
@ANI