ETV Bharat / bharat

ଖରାପ ପାଗ ପାଇଁ ଦିଲ୍ଲୀ ବଦଳରେ ଜୟପୁରରେ ପହଞ୍ଚିଲା ୪ ବିମାନ - ଦିଲ୍ଲୀରେ ପ୍ରବଳ ବର୍ଷା

ପ୍ରବଳ ବର୍ଷା ପବନ ପାଇଁ ଜୟପୁରରେ ଅବତରଣ କଲା ଦିଲ୍ଲୀ ଆସୁଥିବା ୪ଟି ବିମାନ । ଅଧିକ ପଢନ୍ତୁ

ଖରାପ ପାଗ ପାଇଁ ଦିଲ୍ଲୀ ବଦଳରେ ଜୟପୁରରେ ପହଞ୍ଚିଲା ୪ ବିମାନ

author img

By

Published : May 27, 2023, 12:45 PM IST

ଜୟପୁର: ଖରାପ ପାଗ ପାଇଁ ବଦଳିଲା ଦିଲ୍ଲୀ ଆସୁଥିବା ବିମାନର ଗତିପଥ । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁରରେ ଅବତରଣ କଲା ଚାରୋଟି ବିମାନ । ପ୍ରବଳ ବର୍ଷା ପବନ ଯୋଗୁଁ ବିଭିନ୍ନ ସହରରୁ ଆଜି ସକାଳେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ୪ଟି ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଜୟପୁର ବିମାନ ବନ୍ଦରରେ ଅବତରଣ କରିଛି । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ ବିମାନ ନୁହେଁ, ଦିଲ୍ଲୀରେ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ସେହିପରି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଆଜି ସକାଳୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ବିମାନ ବିଳମ୍ବରେ ଉଡାଣ ଭରିଛନ୍ତି । ତେଣୁ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଯାତ୍ରୀଙ୍କୁ ନିଜର ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଏନେଇ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି, ଖରାପ ପାଣିପାଗ ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ବିମାନ ଯାତ୍ରା ସମ୍ପର୍କିତ ତାଜା ସୂଚନା ପାଇଁ ଯାତ୍ରୀମାନେ ସମ୍ପୃକ୍ତ ଏୟାରଲାଇନ୍ସ ସହ ସମ୍ପର୍କ କରିବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ : ଆଜି ନୀତି ଆୟୋଗ ବୈଠକ: ମମତା ନୀତିଶଙ୍କ ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେନି ସାମିଲ

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଆଜି ସକାଳୁ ପ୍ରବଳ ବର୍ଷା ଓ ବିଜୁଳି ଘଡଘଡି ହେଉଛି । ବର୍ଷା ପବନରେ ଅନେକ ସ୍ଥାନରେ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ, ଏନସିଆର, ଯମୁନା ନଗର, ଗାଜିଆବାଦ, ଇନ୍ଦିରାପୁରମ, ନରୱାଣା, କର୍ନାଲ, ରଜୌନ୍ଦା, ବରୱାଲା, ପାନିପଥ, ଆଦମପୁର, ସିୱାନି, ସୋନିପଥ ପ୍ରଭୃତ ଅଞ୍ଚଳରେ ବିଜୁଳି, ଘଡଘଡି ଓ ବର୍ଷା ସହ ୪୦ର ୭୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଆଜି ସକାଳୁ ପ୍ରବଳ ବର୍ଷା ପରେ ବିମାନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । ଯେଉଁ କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ତେବେ ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜଧାନୀରେ ବର୍ଷା ଲାଗି ରହିବ ।

ଏହାମଧ୍ୟ ପଢନ୍ତୁ : YouTube Stories Update: ଜୁନରେ ଷ୍ଟୋରୀ ଫିଚର ବନ୍ଦ କରିବ ୟୁଟ୍ୟୁବ, ଜାଣନ୍ତୁ କାରଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.