ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି ବିରୋଧୀ । କୋରୋନା ପରିଚାଳନା ହେଉ କି ଟୀକାକରଣ ବା ସବୁଥିରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବାଣରେ ଘେରିବାକୁ ପ୍ରସ୍ତୁତ ବିରୋଧୀ ଦଳ ନେତା । ଏଥର ଦାରିଦ୍ର୍ୟକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିରୋଧୀ । କେବଳ 'ହମାରେ ଦୋ' ବା ଆମର ଦୁଇ ଜଣଙ୍କ ପ୍ରଭାବରେ ଦେଶର ୪ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟକୁ ଠେଲି ହୋଇ ଯାଉଛନ୍ତି ବୋଲି ଟ୍ବିଟ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେହି ଦୁଇ ଜଣଙ୍କ ପାଇଁ ବିକାଶ ଉଛୁଳୁଛି ବୋଲି କଟାକ୍ଷ କରିଛନ୍ତି ରାହୁଲ ।
-
‘Vikas overflow’ only for ‘Humare Do’!
— Rahul Gandhi (@RahulGandhi) January 23, 2022 " class="align-text-top noRightClick twitterSection" data="
While our 4,00,00,000 brothers & sisters are pushed into poverty.
Each of these 4,00,00,000 is a real person, not just a number.
Each of these 4,00,00,000 deserved better.
Each of these 4,00,00,000 is India!#BJPfailsIndia pic.twitter.com/QQCbYliXZ3
">‘Vikas overflow’ only for ‘Humare Do’!
— Rahul Gandhi (@RahulGandhi) January 23, 2022
While our 4,00,00,000 brothers & sisters are pushed into poverty.
Each of these 4,00,00,000 is a real person, not just a number.
Each of these 4,00,00,000 deserved better.
Each of these 4,00,00,000 is India!#BJPfailsIndia pic.twitter.com/QQCbYliXZ3‘Vikas overflow’ only for ‘Humare Do’!
— Rahul Gandhi (@RahulGandhi) January 23, 2022
While our 4,00,00,000 brothers & sisters are pushed into poverty.
Each of these 4,00,00,000 is a real person, not just a number.
Each of these 4,00,00,000 deserved better.
Each of these 4,00,00,000 is India!#BJPfailsIndia pic.twitter.com/QQCbYliXZ3
ସେ ଆହୁରି କହିଛନ୍ତି ୪ କୋଟି କେବଳ ଖାଲି ଏକ ସଂଖ୍ୟା ନୁହେଁ ସେମାନ ମଣିଷ । ଆମ ୪ କୋଟି ଭାଇ ଭଉଣୀଙ୍କ ଜୀବନ ଦାରିଦ୍ର୍ୟକୁ ଠେଲି ହୋଇ ଯାଉଛି । ସେମାନେ ପ୍ରତ୍ୟେକ ଉନ୍ନତ ସୁବିଧା ପାଇବାର ହକଦାର । ହେଲେ ସେମାନଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ । ଏଥିସହ ଟ୍ବିଟରେ ରାହୁଲ ହ୍ୟାସଟ୍ୟାଗ ବିଜେପି ଫେଲ୍ସ ଇଣ୍ଡିଆ ବ୍ୟବହାର କରିଛନ୍ତି ।
ଅକ୍ସଫାମ ରିପୋର୍ଟ ଆଧାରରେ ରାହୁଲ ଏକ ଗ୍ରାଫିକ୍ସ ସେୟାର କରିଛନ୍ତି । ଯେଉଁଥିରେ ବର୍ଷ ୨୦୨୧ରେ ଦୁଇ ଟପ ବ୍ୟବସାୟୀଙ୍କ ସମ୍ପତ୍ତି ବିଲିୟନ ଡଲାର ବୃଦ୍ଧି ପାଇଥିବା ଦର୍ଶାଇଛନ୍ତି । ୨୦୨୦ରେ କୋରୋନା ମହାମାରୀ ଆସିବା ପରେ ୪ କୋଟି ଲୋକ ଦାରିଦ୍ର୍ୟକୁ ଠେଲି ହୋଇଯାଉଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି ।