ETV Bharat / bharat

10 ଦିନରେ ପ୍ରାଣ ହରାଇଲେଣି 32 ଶ୍ରଦ୍ଧାଳୁ, ହୃଦଘାତ ମୁଖ୍ୟ କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ 32 ମୃତ

ଚାରଧାମ ଯାତ୍ରାରେ 10 ଦିନରେ ପ୍ରାଣ ହରାଇଲେଣି 32 ଶ୍ରଦ୍ଧାଳୁ । ଉଚ୍ଚ ପାର୍ବତୀୟ କ୍ଷେତ୍ରରେ ହୃଦଘାତକୁ କାରଣ ଦର୍ଶାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ମୃତକଙ୍କ ତଥ୍ୟରୁ ସ୍ପଷ୍ଟ ବୟସାଧିକ ଶ୍ରଦ୍ଧାଳୁଙ୍କ ପ୍ରତି ଆଶଙ୍କା ଅଧିକ । electrocardiogram (ECG) ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ଅଧିକ ପଢନ୍ତୁ

Chardham Yatra:10 ଦିନରେ ପ୍ରାଣ ହରାଇଲେଣି 32 ଶ୍ରଦ୍ଧାଳୁ

author img

By

Published : May 14, 2022, 8:20 PM IST

ଡେରାଡୁନ: ଚଳିତ ମାସ 3 ତାରିଖରୁ ଆରମ୍ଭ ହୋଇଥିବା ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ କ୍ରମାଗତ ବଢିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା । ଯାତ୍ରା ଆରମ୍ଭ ହେବାର ମାତ୍ର 10 ଦିନ ମଧ୍ୟରେ 32 ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଛି । ମୋଟ ମୃତକଙ୍କ ମଧ୍ୟରେ ସର୍ବାଧିକ 13 ଜଣ କେବଳ ଯମୁନେତ୍ରୀ ଧାମରେ ହିଁ ପ୍ରାଣ ହରାଇଥିବା ତଥ୍ୟ କହୁଛି ।

ତେବେ ଘଟଣା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭିନ୍ନ ଆକଳନ ସହ ଏନେଇ ସତର୍କ ମଧ୍ୟ କରାଇଛନ୍ତି । ଉଚ୍ଚତାରେ ଭୌଗୋଳିକ ପରିବର୍ତ୍ତନ କାରଣରୁ ମଣିଷକୁ ସାମ୍ନା କରିବାକୁ ପଡୁଥିବା ଶ୍ବାସକ୍ରିୟା ସମ୍ପର୍କିତ ଜଟିଳତା ପାଇଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଥିବା ମତ ପ୍ରକାଶ ପାଇଛି । ତେବେ ଅମ୍ଳଜାନ ଓ ବାୟୁ ଚାପରେ ପାର୍ଥକ୍ୟତା କାରଣରୁ ଉଚ୍ଚ ରକ୍ତଚାପ ଓ ହୃଦଘାତ ଆଦି ସମସ୍ୟା ଶ୍ରଦ୍ଧାଳୁଙ୍କ ପ୍ରାଣହାନୀର କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁଙ୍କ ପ୍ରତି ଘଣ୍ଟାରେ electrocardiogram (ECG) ଟେଷ୍ଟ କରାଇବା ନେଇ ବ୍ୟବସ୍ଥା କରିବା ପାଇଁ ବିଶେଷଜ୍ଞ ମତ ଦେଇଛନ୍ତି ।

ତେବେ ମୃତ୍ୟୁ ପଛରେ ଶ୍ରଦ୍ଧାଳୁଙ୍କ ବୟସର ପାର୍ଥକ୍ୟ ମଧ୍ୟ ଏକ ପ୍ରମୁଖ କାରଣ ହୋଇଥିବା ଜଣାପଡିଛି । କାରଣ ନିକଟରେ ପ୍ରାଣ ହରାଇଥିବା 3 ଶ୍ରଦ୍ଧାଳୁଙ୍କ ବୟସ 30ରୁ 40 ବର୍ଷ ମଧ୍ୟରେ ହୋଇଥିବାବେଳେ 40 ରୁ 50 ବର୍ଷ ବୟସ ମଧ୍ୟରେ 4ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସେହିପରି 9 ଜଣ ମୃତକ 50 ରୁ 60 ବର୍ଷ ବୟସ ମଧ୍ୟରେ ରହିଛନ୍ତି । ସେହିକ୍ରମରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି 60ରୁ 76 ବର୍ଷ ବୟସ ମଧ୍ୟରେ ସର୍ବାଧିକ 13 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ଏଠାରେ ସହଜ ଅନୁମେୟ ଯେ, ବୟସାଧିକ ଶ୍ରଦ୍ଧାଳୁମାନେ ହିଁ ଅଧିକ ଜଟିଳତା ସାମ୍ନା କରୁଛନ୍ତି । ମୃତକ ଶ୍ରଦ୍ଧାଳୁଙ୍କ ତଥ୍ୟକୁ ବିଶ୍ଳେଷଣ କରି ଦେଖିବାକୁ ଗଲେ ମୃତ୍ୟୁର ଭୌଗୋଳିକ କାରଣ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ଶ୍ରଦ୍ଧାଳୁମାନେ ସମତଳ କ୍ଷେତ୍ରୀୟ ରାଜ୍ୟ ତଥା ଅଣ-ହିମାଳୟନ ଭୌଗୋଳିକ କ୍ଷେତ୍ରରୁ ଆସି ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଭୌଗୋଳିକ ଜଟିଳତା ମଧ୍ୟ ଯଥେଷ୍ଟ ରହିଛି ।

ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଶ୍ରଦ୍ଧାଳୁଙ୍କ ହେଲ୍ଥ ସ୍କ୍ରିନିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମରେ କୌଣସି ଅଘଟଣ ବା ଜରୁରୀ ସ୍ଥିତିକୁ ଏଡାଇବା ପାଇଁ ହୃଦରୋଗ ଚିକିତ୍ସା ସମ୍ପର୍କିତ ସୁବିଧା ଅପଲବ୍ଧ cardiac van ଭ୍ୟାନ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.