ଗୌହାଟୀ: ଆସାମ ରାଇଫଲ ସେନାଙ୍କୁ ଅଟକ ରଖିଥିଲା ନାଗା ମିଲିଟାଣ୍ଟ । 25 ଆସାମ ରାଇଫଲର 31 ଜଣ ସେନାଙ୍କୁ ଅଟକ ରଖିଥିଲେ ନାଗାଲାଣ୍ଡ ମିଲିଟାଣ୍ଟ । ଉତ୍ତର ପୂର୍ବ ରାଜ୍ୟ ନାଗାଲାଣ୍ଡର ଏକ ଗନ୍ତବ୍ୟ ଅଞ୍ଚଳରେ ସେମାନଙ୍କୁ ଅଟକ ରଖାଯାଇଥିଲା । NSCN-IM ନାଗା ସେନା ଆସାମ ରାଇଫଲ୍ସ ସେନାଙ୍କୁ ଅଟକ ରଖିଥିଲା ।
ଅସ୍ତ୍ରବିରତି ବୁଝାମଣା ନିୟମ ଅନୁସାରେ ଆସାମ ରାଇଫଲ ଟିମ ଅସ୍ତ୍ରଶସ୍ତ୍ର ସହ ମୁକୁଳିଛନ୍ତି । ସେମାନେ HQ IGAR(N) ଅଧୀନ ଜାଲୁକି ବାଟାଲିୟନର 25 ଆସାମ ରାଇଫଲ ସେନା । ଆସାମ ରାଇଫଲ୍ସ ସେନାମାନେ NSCN-IM ଅଧିକୃତ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ନିୟମିତ ପାଟ୍ରୋଲିଂ ସମୟରେ ସେନା ଦୁର୍ଗମ ଅଞ୍ଚଳରେ ପ୍ରବେଶ କରିଥିଲେ । ଯାହାକି NSCN-IMର ଅଧୀନରେ ଅଛି ।
ଏହା ବି ପଢନ୍ତୁ...ଜେରୁସାଲେମରେ ଆତତାୟୀର ଗୁଳିମାଡ, 7 ମୃତ ଏକାଧିକ ଆହତ
ରିପୋର୍ଟ ମୁତାବକ ଗତ ବୁଧବାର ଅପରାହ୍ଣ 2.30ରେ ଏହି ଘଟଣା ଘଟିଥିଲା। ନାଗାଲ୍ୟାଣ୍ଡର ନ୍ୟାସନାଲ୍ ସୋସିଆଲିଷ୍ଟ କାଉନସିଲ୍ ଏକ ବିଦ୍ରୋହୀ ସଂଗଠନ। ଯାହା ନାଗାଲ୍ୟାଣ୍ଡରେ ସକ୍ରିୟ ରହିଛି। ଶାନ୍ତି ବଜାୟ ରଖିବାକୁ ଏହି ବିଦ୍ରୋହୀ ସଂଗଠନ ଓ ସେନା ମଧ୍ୟରେ ଏକ ଅସ୍ତ୍ରବିରତି ବୁଝାମଣା ହୋଇଛି। ଏହି ବୁଝାମଣା ଅନୁଯାୟୀ ବିଦ୍ରୋହୀ ସଂଗଠନର ସଦସ୍ୟ ନିଜ ଅଞ୍ଚଳରୁ ବାହାରକୁ ବାହାରିବେ ନାହିଁ । ଅନୁରୂପ ଭାବରେ ସେନା ମଧ୍ୟ ବିଦ୍ରୋହୀ ସଂଗଠନର ବିନା ଅନୁମତିରେ ସେମାନଙ୍କ ଅଞ୍ଚଳରେ ପ୍ରବେଶ କରି ପାରିବ ନାହିଁ ।
ଏହା ବି ପଢନ୍ତୁ...ଇଞ୍ଜିନିୟରଙ୍କ ଷ୍ଟାର୍ଟଅପ୍ ନିଶା, ଚାକିରି ଛାଡ଼ି ବିକୁଛନ୍ତି ସୁଆଦିଆ ଇଞ୍ଜିନିୟର ସମୋସା
ନାଗାଲ୍ୟାଣ୍ଡର ନ୍ୟାସନାଲ୍ ସୋସିଆଲିଷ୍ଟ କାଉନସିଲ୍ ସଦସ୍ୟଙ୍କ ଅଭିଯୋଗ ମୁତାବକ ଆସାମ ରାଇଫଲ ଯବାନ ଜାଣିଶୁଣି ସେମାନଙ୍କ ଅଧିକୃତ ଅଞ୍ଚଳରେ ପ୍ରବେଶ କରିଥିଲେ। ସେପଟେ ସେନା ଯବାନ ରାସ୍ତା ଭୁଲି ସମ୍ପୃକ୍ତ ଅଞ୍ଚଳରେ ପ୍ରବେଶ କରିଥିବା କଥା କହିଥିଲା। ଏହାକୁ ନେଇ ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ୍ ହୋଇଛି। ସେନା ଯବାନ ଓ ବିଦ୍ରୋହୀଙ୍କ ମଧ୍ୟରେ କଥା କଟାକଟି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଜାଲୁକି ହେଉଛି ନାଗାଲାଣ୍ଡର ପେରେନ ଜିଲ୍ଲାର ଏକ ସହର । ସୂଚନାନୁସାରେ, ଏହା ଗତ ବୁଧବାର ଦିନର ଘଟଣା । କିନ୍ତୁ ଆସାମ ରାଇଫଲ୍ସ ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।