ETV Bharat / bharat

ରାମ ମନ୍ଦିରରେ ପୂଜକ ହେବା ପାଇଁ 3 ହଜାର ଆବେଦନ, ଟ୍ରଷ୍ଟ ଜାରି କରିଥିଲା ବିଜ୍ଞପ୍ତି

ରାମ ମନ୍ଦିରରେ ପୂଜକ ପାଇଁ 3 ହଜାର ଆଶାୟୀ କରିଛନ୍ତି ଆବେଦନ । ବିଭିନ୍ନ ସେବା, ପୂଜା ପାଇଁ 2 ଶହ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲା ଟ୍ରଷ୍ଟ । ଚୟନ ପରେ ନେବେ ପ୍ରଶିକ୍ଷଣ । କିପରି ରହିବ ପୁରା ପ୍ରକ୍ରିୟା ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 20, 2023, 8:57 PM IST

ରାମ ମନ୍ଦିରରେ ପୂଜକ ହେବା ପାଇଁ 3 ହଜାର ଆବେଦନ, ଜାରି ହୋଇଥିଲା ବିଜ୍ଞାପନ

ଲକ୍ଷ୍ନୌ: ଆସନ୍ତାବର୍ଷ ଜାନୁଆରୀରେ ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁପ୍ରତୀକ୍ଷିତ ରାମ ମନ୍ଦିର । ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ରହିଛି । ପ୍ରତିଷ୍ଠା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପ୍ରକ୍ରିୟା ମଧ୍ୟ ଖୁବ ଜୋରରେ ଜାରି ରଖିଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ତେବେ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ଓ ବିଭିନ୍ନ ନୀତିକାନ୍ତି ପାଇଁ ଆବଶ୍ୟକ ପୂଜାରୀ ତଥା ସେବାୟତଙ୍କ ନିଯୁକ୍ତି ପାଇଁ ଯେଉଁ ବିଜ୍ଞାପନ ପ୍ରକାଶ ପାଇଥିଲା, ସେଥିରେ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିରର ବିଭିନ୍ନ ସେବା, ପୂଜା, ନୀତିକାନ୍ତି ପାଇଁ ମୋଟ 200 ପୂଜକଙ୍କ ନିଯୁକ୍ତି ନେଇ ଟ୍ରଷ୍ଟ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏଥିପାଇଁ 3 ହଜାରରୁ ଅଧିକ ଆଶାୟୀ ଆବେଦନ କରିଥିବା ଜଣାପଡିଛି ।

ତେବେ ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆବେଦନକାରୀଙ୍କ ମଧ୍ୟରୁ ଆବଶ୍ୟକ 2 ଶହ ପଦବୀ ପାଇଁ ପୂଜକ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ବ୍ରାହ୍ମଣଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ । ଏଥିପାଇଁ ଅଯୋଧ୍ୟା ସ୍ଥିତ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟାଳୟରେ ଥିବା କରସେବକ ପୁରମରେ ଏହି ଚୟନ ପାଇଁ ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଛି । ତେବେ ଏହି ଆଶାୟୀଙ୍କ ପରୀକ୍ଷା ନେବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ମଧ୍ୟ ଗଠିତ ହେବାକୁ ଯାଉଛି । 3 ଜଣିଆ ପ୍ୟାନେଲରେ ବୃନ୍ଦାବନର ପ୍ରଖ୍ୟାତ ହିନ୍ଦୁ ଧର୍ମ ଗବେଷକ ଜୟନ୍ତ ମିଶ୍ର ଓ ଅଯୋଧ୍ୟାରୁ ଦୁଇ ମହନ୍ତ ମିଥିଳେଶ ନନ୍ଦିନୀ ଶରଣ ଓ ସତ୍ୟ ନାରାୟଣ ଦାସ ରହିବେ । ଟ୍ରଷ୍ଟ ମଧ୍ୟ ଏହି କମିଟି ପାଇଁ 20 ଜଣଙ୍କ ନାମ ଚୂଡାନ୍ତ କରିବ ।

ତେବେ ଯୋଗ୍ୟତା ଆଧାରରେ ଏହି ପୂଜକମାନେ ଚୟନ ହେବା ପରେ ସେମାନେ 6 ମାସ ପ୍ରଶିକ୍ଷଣ ଗ୍ରହଣ କରିବେ । ଏହା ପରେ ସେମାନଙ୍କୁ ବିଭିନ୍ନ ସେବା ପୂଜା ଓ ନୀତିକାନ୍ତିରେ ନିଯୁକ୍ତ କରାଯିବ । ଯେଉଁମାନେ ଚୟନ ହେବେ ନାହିଁ ସେମାନେ ଚାହିଁଲେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ ଓ ସେମାନଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବା ନେଇ ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି କହିଛନ୍ତି । ଏହି ପ୍ରଶିକ୍ଷଣ ଅବଧି ମଧ୍ୟରେ ସେମାନେ ସନାତନ ଧର୍ମର ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମର ଅଧ୍ୟୟନ ସମ୍ପୂର୍ଣ୍ଣ କରିବେ । ଏହି ପ୍ରଶିକ୍ଷଣ ପାଇଁ ପାଠ୍ୟକ୍ରମ ଶୀର୍ଷ ସନାତନ ପଣ୍ଡିତଙ୍କ ଦ୍ବାରା ନିର୍ଦ୍ଧାରିତ କରାଯାଉଛି । ସେବା ପୂଜାରେ ନିଯୁକ୍ତି ହେବା ପରେ ସେମାନଙ୍କ ଖାଇବା ଓ ରହଣୀ ପରି ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟବୋର୍ଡ ବହନ କରିବ । ସେମାନେ ମାସିକ 2,000 ଟଙ୍କାର ଭତ୍ତା ମଧ୍ୟ ପାଇବେ ।

ଏହା ମଧ୍ୟ ପଢନ୍ତୁ :- କେମିତି ରହିବ ରାମ ମନ୍ଦିର ସୁରକ୍ଷା ବ୍ୟବସ୍ଥା, ଯୋଗୀ ସରକାରଙ୍କୁ ଡ୍ରାଫ୍ଟ ଦେଲା CISF

ଜାନୁଆରୀ 22 ତାରିଖରେ ହେବାକୁ ଥିବା ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ 2020 ମସିହା ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ଶିଳାନ୍ୟାସ କରାଯାଇଥିଲା । 2026 ସୁଦ୍ଧା ଏହି ମନ୍ଦିର ପ୍ରକଳ୍ପକୁ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଭବ୍ୟ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁପରିଚାଳନା ପରି ଅତ୍ୟାଧୁନିକ ଭିତ୍ତିଭୂମି ସହ ନିର୍ମାଣ କରାଯାଉଛି । ତେବେ ଜାନୁଆରୀ 22 ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.