ETV Bharat / bharat

Uri Operation: ସୀମାରେ ଅନୁପ୍ରବେଶ, ୩ ଆତଙ୍କୀ ନିପାତ

author img

By

Published : Sep 23, 2021, 7:08 PM IST

Updated : Sep 23, 2021, 7:18 PM IST

ଉରୀ ନିକଟସ୍ଥ ରାମପୁରରେ ସୀମା ପାର ୩ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ମୃତ ଆତଙ୍କବାଦୀଙ୍କଠାରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅଧିକ ପଢନ୍ତୁ...

Uri operations: ସୀମାରେ ଅନୁପ୍ରବେଶ, ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉରୀରେ ସେନାକୁ ବଡ ସଫଳତା । ଉରୀ ନିକଟସ୍ଥ ରାମପୁରରେ ସୀମା ପାର ୩ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ମୃତ ଆତଙ୍କବାଦୀଙ୍କଠାରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଥିରେ ୫ AK-୪୭, ୮ଟି ପିସ୍ତଲ ଓ ୭୦ ଗ୍ରାନେଡ ସାମିଲ ରହିଛି । ପିଓେକେ ଦେଇ ଏହି ଆତଙ୍କବାଦୀ ଭାରତରେ ପ୍ରବେଶ କରିଥିବା କୁହାଯାଉଛି ।

ସେନା ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ହାଛଲଙ୍ଗା ଜଙ୍ଗଲରେ ଅନୁପ୍ରବେଶ ପ୍ରୟାସ କରିଥିଲେ ଆତଙ୍କବାଦୀ । ହେଲେ ଏମାନଙ୍କୁ ମୁହଁତୋଡ ଜବାବ ଦିଆଯାଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ହୋଇଥିବାବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ ।

ସୀମାରେ ସନ୍ଦିଗ୍ଧ ଗତିବିଧି କାରଣରୁ ୧୮ ସେପ୍ଟେମ୍ବର ରାତିରେ ଉରୀ ସେକ୍ଟରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆଜି ତଥା ଗୁରୁବାର ଅପରେସନର ପଞ୍ଚମ ଦିନ । ଯେଉଁ ସ୍ଥାନରେ ସନ୍ଦିଗ୍ଧଙ୍କୁ ଦେଖାଯାଇଥିଲା ତାହା ଗୋହଲାନ ନିକଟରେ ଅବସ୍ଥିତ । ଏଠାରେ ହିଁ ୨୦୧୬ରେ ଉରୀ ଆକ୍ରମଣ ହୋଇଥିଲା ।

୧୮ ସେପ୍ଟେମ୍ବର ୨୦୧୬ରେ ଆତଙ୍କବାଦୀମାନେ ଉରୀ ଆକ୍ରମଣ କରିଥିଲେ । ଲସ୍କର-ଏ-ତୋଏବା ଆକ୍ରମଣରୁ ନେଇ ନିଜକୁ ଦାୟୀ କରିଥିଲା । ଭାରତୀୟ ସେନା ଏହାର ଜବାବ ଲସ୍କରକୁ ପାକିସ୍ତାନ ମାଟିରେ ଦେଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନରେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଧ୍ବଂସ କରିଦେଇଥିଲା ସେନା ।

ଗୁରୁବାର ଆତଙ୍କୀଙ୍କ ନିପାତ ପୂର୍ବରୁ ପ୍ରଥମ ଥର ଭାରତରେ ଆଫଗାନ ଆତଙ୍କୀଙ୍କ ଅନୁପ୍ରବେଶ ନେଇ ରହିଛି ଖବର ଆସିଥିଲା । ଏନେଇ ଆଲର୍ଟ ଜାରି କରିଛି ଗୁଇନ୍ଦା ଏଜେନ୍ସି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଉରୀ ସେକ୍ଟରର ଏକ ପୋଷ୍ଟରେ ସୀମାରେ ଲାଗିଥିବା ତାରଜାଲି କାଟି ଆଫଗାନ ଆତଙ୍କୀ ଅନୁପ୍ରବେଶ କରିଛନ୍ତି । ପାକିସ୍ତାନ ସହାୟତାରେ ଏହି ଆତଙ୍କୀ ଭାରତର ସୀମାରେ ପ୍ରବେଶ କରପିଥିବା କୁହାଯାଉଛି ।

Last Updated : Sep 23, 2021, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.