ଶ୍ରୀନଗର: ଆତଙ୍କୀଙ୍କୁ ନିପାତ କରିବା ପାଇଁ ଘାଟିରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ଦ୍ରାବଗାମ ଏରିଆରେ ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏନେଇ ଜମ୍ମୁ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ପୁଲଓ୍ବାମା ଜିଲ୍ଲାର ଦ୍ରାବଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସୁରକ୍ଷା ବଳ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ତିନି ଆତଙ୍କବାଦୀ ନିପାତ ହୋଇଥିଲେ ।
-
#PulwamaEncounterUpdate: Other two killed #terrorists have been identified as Fazil Nazir Bhat & Irfan Ah Malik of #Pulwama district. #Incriminating materials, arms & ammunition including 02 AK 47 rifles and 01 pistol recovered: IGP Kashmir@JmuKmrPolice https://t.co/NxhjdtVRP2
— Kashmir Zone Police (@KashmirPolice) June 12, 2022 " class="align-text-top noRightClick twitterSection" data="
">#PulwamaEncounterUpdate: Other two killed #terrorists have been identified as Fazil Nazir Bhat & Irfan Ah Malik of #Pulwama district. #Incriminating materials, arms & ammunition including 02 AK 47 rifles and 01 pistol recovered: IGP Kashmir@JmuKmrPolice https://t.co/NxhjdtVRP2
— Kashmir Zone Police (@KashmirPolice) June 12, 2022#PulwamaEncounterUpdate: Other two killed #terrorists have been identified as Fazil Nazir Bhat & Irfan Ah Malik of #Pulwama district. #Incriminating materials, arms & ammunition including 02 AK 47 rifles and 01 pistol recovered: IGP Kashmir@JmuKmrPolice https://t.co/NxhjdtVRP2
— Kashmir Zone Police (@KashmirPolice) June 12, 2022
ତେବେ, ସମସ୍ତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ମୃତ ଆତଙ୍କୀମାନେ ହେଲେ ଫାଜିଲ ନାଜିର୍ ଓ ଇରଫାନ୍ ଆହ ମଲିକ୍ । ଉଭୟଙ୍କ ଘର ପୁଲଓ୍ବାମା ଜିଲ୍ଲାରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ବ୍ୟାପକ ପରିମାଣର ମାରଣାସ୍ତ୍ର, ଏକେ ୪୭ ରାଇଫଲ ଓ ଗୋଟିଏ ପିସ୍ତଲ ଜବତ ହୋଇଛି ।
ଅନ୍ୟ ଜଣେ ଆତଙ୍କୀ ହେଉଛି ଜୁନାଇଦ୍ ଶ୍ରୀଗୋଜରୀ । (Martyr Reyaz Ahmad) ସହିଦ ପୋଲିସ କନଷ୍ଟେବଲ ରୟାଜ ଅହେମ୍ମଦଙ୍କ ହତ୍ୟାକାରୀ ଥିଲା ଜୁନାଇଦ୍ । ତେବେ ଏମାନେ ସମସ୍ତ ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନର ବୋଲି ଜଣାପଡିଛି । ତେବେ ଘାଟିରେ ସେନା ଲଗାତର ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ କ୍ରମାଗତ ସଫଳତା ମଧ୍ୟ ପାଇବାରେ ଲାଗିଛି । ଗତ 2 ସପ୍ତାହ ମଧ୍ୟରେ ପ୍ରାୟ 10ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରିବା ସହ କିଛି ସକ୍ରିୟ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି ।