ETV Bharat / bharat

କାଳ ସାଜିଲା ବିଷାକ୍ତ ମୁଢି, ଏକାଠି ଚାଲିଗଲେ ୩ ଭଉଣୀ

ଉତ୍ତପ୍ରଦେଶର ବରେଲି ଜିଲ୍ଲାର ପାଟି ଗ୍ରାମରେ ଅଭାବନୀୟ ଘଟଣା । ବିଷାକ୍ତ ମୁଢି ଖାଇ ଏକାଠି ପ୍ରାଣ ହରାଇଲେ ୩ ଭଉଣୀ । ଅଧିକ ପଢନ୍ତୁ...

ବିଷାକ୍ତ ମୁଢି ଖାଇ ଏକା ସାଙ୍ଗରେ ପ୍ରାଣ ହରାଇଲେ ୩ ଭଉଣୀ

author img

By

Published : Oct 17, 2021, 12:24 PM IST

ଲକ୍ଷ୍ନୌ: ମୁଢି ଖାଇବା ହେଲା କାଳ । ବିଷାକ୍ତ ମୁଢି ଖାଇ ଏକା ସାଙ୍ଗରେ ପ୍ରାଣ ହରାଇଲେ ୩ ଭଉଣୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତପ୍ରଦେଶର ବରେଲି ଜିଲ୍ଲାର ପାଟି ଗ୍ରାମରେ । ନବୀନ କୁମାର ସିଂଙ୍କ ଝିଅ ପରୀ (୮) , ବିଦ୍ଧି (୭)ଏବଂ ପିହୁ (୫) ମୁଢି ଖାଇ ମୃତ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗ୍ରାମର ଏକ ସ୍ନାକ୍ସ ଦୋକାନରୁ ୩ଭଉଣୀ ବିଷାକ୍ତ ମୁଢି ଖାଇଥିଲେ । ତେବେ ଘରକୁ ଆସିବା ପରେ ସେମାନେ ବାନ୍ତି କରିଥିଲେ । ଏନେଇ ପରିବାର ଲୋକେ ତାଙ୍କୁ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରି ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ଚିକିତ୍ସା ପରେ ମଧ୍ୟ ୨ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ଏନେଇ ଖବର ପାଇ ଗ୍ରାମରେ ଜିଲ୍ଲା ଏସଡିଏମ ପହଞ୍ଚି ୩ ଭଉଣୀ ଖାଇଥିବା ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି । ଏ ଘଟଣାରେ ପୋଲିସ ସ୍ନାକ୍ସ ଦୋକାନର ମାଲିକ ଓ ତାଙ୍କ ୨ ପୁଅଙ୍କୁ ଥାନାରେ ଅଟକ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.