ETV Bharat / bharat

Operations in Kulgam: 3 JeM ଆତଙ୍କବାଦୀ ନିପାତ

author img

By

Published : Sep 28, 2022, 7:28 AM IST

ଘାଟିରେ ସୁରକ୍ଷା ବଳକୁ ବଡ ସଫଳତା । ଜଣେ ପାକିସ୍ତାନୀ ଆତଙ୍କୀ ସମେତ 3 JeM ଆତଙ୍କୀ ସଫା (3 JeM terrorists killed in Kulgam)। ଗୁଇନ୍ଦା ସୂଚନା ମିଳିବା ପରେ ଗତ 24 ଘଣ୍ଟା ଧରି ଜାରି ରହିଥିଲା ଅପରେସନ । ଅଧିକ ପଢନ୍ତୁ

operations in Kulgam: 3 JeM ଆତଙ୍କବାଦୀ ନିପାତ

ଶ୍ରୀନଗର: କାଶ୍ମୀରରେ ସୁରକ୍ଷା ବଳର ଆତଙ୍କୀ ନିରୋଧୀ ଅପରେସନକୁ ପୁଣି ଏକ ବଡ ସଫଳତା ମିଳିଛି । ଗତକାଲି ରାତିରେ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କୀ ସମେତ 3 ଆତଙ୍କୀଙ୍କୁ ସଫା କରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ (3 JeM terrorists killed in Kulgam) । ନିହତ ସମସ୍ତ ଆତଙ୍କୀ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ(JeM)ର ସଦସ୍ୟ ବୋଲି ପ୍ରାଥମିକ ଭାବେ ସ୍ପଷ୍ଟ କରିଛି ସୁରକ୍ଷା ବଳ ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଏହି ଅପରେସନରେ ସେନା, ସ୍ଥାନୀୟ ପୋଲିସ ଓ ଅର୍ଦ୍ଧସାମରିକ ବଳର ଯବାନମାନେ ନିୟୋଜିତ ହୋଇଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରେ ଗୁଳି ଚଳାଇ ଖସି ଯିବାପାଇଁ ଚେଷ୍ଟା କରିଥିଲେ । ପାଲଟା ଜବାବପରେ ସେନା ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ । କିଛି ଘଣ୍ଟାର ଗୁଳି ବିନିମୟ ପରେ 3 ଆତଙ୍କୀଙ୍କୁ ନିପାତ ହୋଇଥିବା ସ୍ପଷ୍ଟ ହୋଇଛି (3 JeM terrorists killed in Kulgam)।

ଉକ୍ତ ସ୍ଥାନରେ ଆଉ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଏନକାଉଣ୍ଟରରେ ଜଣେ ସୀମାପାର ଓ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ସଫା ହୋଇଛନ୍ତି । ଦୁଇ ସ୍ଥାନୀୟ ଆତଙ୍କବାଦୀ ମହମ୍ମଦ ସାଫି ଗାନି ଓ ମହମ୍ମଦ ଓ୍ବାସିଫ ଆନି ଆଲିଓ୍ବାସ (JeM terrorists killed in jk) ବୋଲି ମଧ୍ୟ ଚିହ୍ନଟ ହୋଇଛନ୍ତି । ପାକିସ୍ତାନୀ ଆତଙ୍କୀର ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ । ଏମାନେ ସମସ୍ତେ ନିକଟରେ ଘାଟିରେ ଘଟିଥିବା ଏକାଧିକ ଆକ୍ରମଣରେ ସାମିଲଥିଲେ । ଏମାନଙ୍କୁ ଧରିବା ପାଇଁ ଗୁଇନ୍ଦା ବିଭାଗର ସାହାଯ୍ୟ ନେଇଥିଲା ସ୍ଥାନୀୟ ପୋଲିସ ।

ଅପରେସନ ସମ୍ପର୍କରେ ସୂଚନା ଦେଇ କାଶ୍ମୀର ADGP ବିଜୟ କୁମାର କହିଛନ୍ତି, ପାକିସ୍ତାନୀ ଆତଙ୍କୀମାନେ କାଶ୍ମୀରର ସ୍ଥାନୀୟ ଯୁବକଙ୍କୁ ସଂଗଠନରେ ସାମିଲ କରିବା ପାଇଁ ପ୍ରଲୋଭିତ କରୁଛନ୍ତି । ସୁଯୋଗ ଦେଖି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଘାଟିରେ ପ୍ରବେଶ କରୁଛନ୍ତି । ଏହି ଅପରେସନରେ 3 ଆତଙ୍କୀଙ୍କୁ ସଫା କରିବା ସହ ସେମାନଙ୍କ ନିକଟରୁ ଏକାଧିକ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଆଗକୁ ମଧ୍ୟ ଗୁଇନ୍ଦା ସୂଚନା ଆଧାରରେ ଘାଟିରେ ଆତଙ୍କୀ ନିରୋଧୀ ଅପରେସନକୁ ନିୟମିତ ଜାରି ରଖାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ADGP ବିଜୟ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.