ETV Bharat / bharat

ସେନା ଅଭ୍ୟାସ ବେଳେ ଅଘଟଣ, ହୋଲି ଖେଳୁଥିବା ପରିବାର ଉପରେ ବିସ୍ଫୋରକ ପଡି 3 ମୃତ

ହୋଲି ଖେଳୁଥିଲେ ପରିବାର । ସେନା ଅଭ୍ୟାସ ବେଳେ ଖସିଲା ବିସ୍ଫୋରକ । ଗୋଟିଏ ପରିବାରର 3 ଦସ୍ୟଙ୍କ ମୃତ୍ୟୁ । ଏକାଧିକ ଆହତ । ଅଧିକ ପଢନ୍ତୁ

ସେନା ଅଭ୍ୟାସ ବେଳେ ଗ୍ରାମରେ ପଡିଲା ବିସ୍ଫୋରକ
ସେନା ଅଭ୍ୟାସ ବେଳେ ଗ୍ରାମରେ ପଡିଲା ବିସ୍ଫୋରକ
author img

By

Published : Mar 8, 2023, 8:28 PM IST

ପାଟନା: ହୋଲି ଖେଳୁଥିଲା ପରିବାର । ସେନା ଅଭ୍ୟାସ ବେଳେ ଗ୍ରାମରେ ଖସିପଡି ବିସ୍ଫୋରଣ ହେଲେ ବିସ୍ପୋରକ । ଫଳରେ ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଗୁରୁତର ହୋଇଛନ୍ତି । ଆଜି (ବୁଧବାର) ବିହାର ଗୟା ଜିଲ୍ଲାର ଏକ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ହେଉଛି ଏଥିରେ ପ୍ରାଣ ହରାଇଥିବା ସମସ୍ତ ଗୋଟିଏ ପରିବାର ସଦସ୍ୟ । ସେହିପରି ଅନ୍ୟ 3 ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଇଟିଭି ଭାରତ ଇନପୁଟ୍‌ ସୂଚନା ଅନୁସାରେ, ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ 3 ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀ ଗ୍ରାମରେ ପହଞ୍ଚିଛନ୍ତି ।

ଆଜି (ବୁଧବାର) ସକାଳେ ଗୟାର ଧୋବି ବ୍ଲକର ତ୍ରିଲୋପୁରରେ ଥିବା ଆର୍ମି ଫାଏରିଂ ରେଞ୍ଜରେ ଅଭ୍ୟାସ ଜାରି ରହିଥିଲା । ଏହି ସମୟରେ ଏକ ବିସ୍ଫୋରକ ଫାଏରିଂ ରେଞ୍ଜରୁ ଆସି ସ୍ଥାନୀୟ ଗ୍ରାମର ଗୋବିନ୍ଦ ମାଝୀଙ୍କ ଘର ନିକଟରେ ପଡିଥିଲା । କେହି କିଛି ବୁଝିବା ପୂର୍ବରୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଭୟଙ୍କର ବିସ୍ପୋରଣ ହୋଇଥିଲା । ଏଥିରେ ଗୋବିନ୍ଦଙ୍କ ସମେତ ତାଙ୍କ ଝିଅ କାଞ୍ଚନ ଓ ଜ୍ବାଇଁ ସୁରଜ କୁମାର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

ନିକଟରେ ଥିବା ଅନ୍ୟ 3 ଜଣ ପଡୋଶୀ ଗୀତା କୁମାରୀ, ପିଣ୍ଟୁ ମାନଝୀ ଓ ରାସୋ ଦେବୀ ନାମକ ଜଣେ ମହିଳା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ପରିବାର ପଡୋଶୀଙ୍କ ସହ ମିଶି ହୋଲି ଖେଳୁଥିବା ବେଳେ ଏହି ବିସ୍ଫୋରକ ଖସିଥିଲା । ହୋଲିରେ ଏପରି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିଥିଲେ ।

ସୂଚନା ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଗୟା ଏସଏସପି କହିଛନ୍ତି । ହେଲେ ହୋଲି ପରି ପର୍ବ ପାଳନ ବେଳେ ଏପରି ଅଘଟଣ ଘଟିବା ଓ ଗୋଟିଏ ପରିବାରର 3 ସଦସ୍ୟଙ୍କ ଦୁଖଃଦ ମୃତ୍ୟୁ ହେବା ସମଗ୍ର ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.