ଲକ୍ଷ୍ନୌ: ମହସାମୁଣ୍ଡ ଜିଲ୍ଲାର ବାଗବାହାରା ଜାତୀୟ ରାଜପଥ 353 ଉପରେ ଗାଡି ଯାଞ୍ଚ ସମୟରେ ବିପୁଳ ପରିମାଣର ରୂପା ଓ ଟଙ୍କା ଜବତ କରିଛି ପୋଲିସ । ଏହି ମାମଲାରେ ପୋଲିସ 3 ଜଣଙ୍କୁ ଗିରଫ କରିବା ସହ 36 କିଲୋଗ୍ରାମ ରୂପା ଏବଂ 1270000 ନଗଦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ଆଗ୍ରାରୁ ଓଡ଼ିଶା ରୂପା ବିକ୍ରି କରିବାକୁ ଯାଉଥିବା ଜଣା ପଡିଛି । ଘଟଣାରୁ ଏହା ଟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ କରାଯାଉଥିବା ସନ୍ଦେହ କରାଯାଉଛି ।
ଜବତ କାର ନମ୍ବର 8080 14393 ହୋଇଥିବାବେଳେ ଏଥିମଧ୍ୟରୁ ମୋଟ 36.270 କିଲୋଗ୍ରାମ ରୂପା ଏବଂ ନଗଦ ରାଶି 12 ଲକ୍ଷ 70ହଜାର ଟଙ୍କା ଜବତ କରାଯାଇଥିଲା । ଜବତ ରୂପାର ବଜାର ମୂଲ୍ୟ ପ୍ରାୟ 25 ଲକ୍ଷ 38 ହଜାର ଟଙ୍କା ହେବ ବୋଲି ଅନୁମାନ କରୁଛି ପୋଲିସ ।
ଜବତ ରୂପା ଓ ଟଙ୍କା ବାବଦରେ ପଚରାଯିବାରୁ କୌଣସି ପ୍ରକାର ରସିଦ ଦେଖାଯାଇ ପାରିନଥିବାରୁ 3 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ