ETV Bharat / bharat

ଓଡିଶାରୁ ମଧ୍ୟପ୍ରଦେଶ ଗଲା ଅକ୍ସିଜେନ୍, 25ଘଣ୍ଟା ନନଷ୍ଟପ୍ ଯାତ୍ରା କଲେ ଟ୍ୟାଙ୍କର ଡ୍ରାଇଭର - odisha oxygen supply

25 ଘଣ୍ଟାରେ 1800 କିମି ଅବିଶ୍ରାମ ଯାତ୍ରା କରି ହସ୍ପିଟାଲରେ ଅକ୍ସିଜେନ ପହଞ୍ଚାଇଲେ ଟ୍ୟାଙ୍କର ଡ୍ରାଇଭର । ଓଡି଼ିଶାରୁ ମଧ୍ୟପ୍ରଦେଶର ବିଏମସି ହସ୍ପିଟାଲରେ ପହଞ୍ଚିଛି ଏହି ଅକ୍ସିଜେନ । ଅଧିକ ପଢନ୍ତୁ...

ଓଡ଼ିଶାରୁ ମଧ୍ୟପ୍ରଦେଶ, 25 ଘଣ୍ଟାର ଅବିଶ୍ରାମ ଯାତ୍ରା ପରେ ଅକ୍ସିଜେନ ପହଞ୍ଚାଇଲେ ଟ୍ୟାଙ୍କର ଡ୍ରାଇଭର

author img

By

Published : Apr 22, 2021, 10:00 PM IST

ଭୋପାଳ: କୋରୋନା କାଳରେ ମାନବିକତା । ମେଡିକାଲରେ ଅକ୍ସିଜେନ ପହଞ୍ଚାଇବାକୁ ଦୀର୍ଘ 1800 କିମି ନନଷ୍ଟପ ଯାତ୍ରା କଲେ ଟ୍ୟାଙ୍କର ଡ୍ରାଇଭର । ଅକ୍ସିଜେନ ଅଭାବ ଦୂର କରିବାକୁ ଓଡିଶା ରାଉରକେଲାରୁ ସୁଦୂର ମଧ୍ୟପ୍ରଦେଶ ସାଗର ଅଞ୍ଚଳସ୍ଥିତ ହସ୍ପିଟାଲକୁ ହେଲା ଅକ୍ସିଜେନ ଯୋଗାଣ । ଯାହାକୁ ବୀର ସିଂହ ନାମକ ଜଣେ ଟ୍ୟାଙ୍କର ଡ୍ରାଇଭର 25 ଘଣ୍ଟା ଅନବରତ ଗାଡି ଚଳାଇ ପହଞ୍ଚାଇଛନ୍ତି । ବୀର ସିଂହଙ୍କ ଏଭଳି କାର୍ଯ୍ୟକୁ ବର୍ତ୍ତମାନ ସବୁ ମହଲରେ ଖୁବ୍ ପ୍ରଶଂସା କରାଯାଉଛି ।

ସୂଚନାଯୋଗ୍ୟ, ଗତ 18 ତାରିଖ ଦିନ ସାଗର ଅଞ୍ଚଳରେ ଥିବା ବିଏମସି ହସ୍ପିଟାଲରେ ବୀର ସିଂହ ସୁରକ୍ଷିତ ଭାବେ ଅକ୍ସିଜେନ ପହଞ୍ଚାଇଥିଲେ । ତେବେ ମଧ୍ୟପ୍ରଦେଶ ଅଭିମୁଖେ ଯିବା ସମୟରେ ସେ ଖାଦ୍ୟର ଗୋଟାଏ ଦାନା ପେଟକୁ ନେଇ ନଥିଲେ କି ଟିକିଏ ବିଶ୍ରାମ ମଧ୍ୟ କରିନଥିଲେ। ଡ୍ରାଇଭର ବୀର ସିଂହଙ୍କ କହିବା ମୁତାବକ, ସମ୍ପୃକ୍ତ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ବହୁ ସଂଖ୍ୟକ ରୋଗୀ ମୃତ୍ୟୁମୁଖରେ ପଡିଥିଲେ ବୋଲି ଡାକ୍ତର ଜଣାଇଥିଲେ ।

ଲୋକଙ୍କ ଜୀବନକୁ ଦୃଷ୍ଟିରେ ରଖି ସେ ଅବିଶ୍ରାମ ଯାତ୍ରା କରି ଅକ୍ସିଜେନ ଯୋଗାଣ କରିଥିଲେ । ଅକ୍ସିଜେନ ନ ପାଇ ରୋଗୀମାନେ ଆଖି ବୁଜୁଥିବାବେଳେ ବୀର ସିଂହଙ୍କ ପରି କେତେକ ଉଦାର ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.