ETV Bharat / bharat

ଲିଜରେ ଦିଆଯିବ ଦେଶର 25 ବିମାନ ବନ୍ଦର: ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

author img

By

Published : Dec 19, 2022, 7:59 PM IST

ଲିଜରେ ଦିଆଯିବ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର । ଅଧିକ ପଢନ୍ତୁ

ଲିଜରେ ଦିଆଯିବ ଦେଶର 25 ଟି ବିମାନ ବନ୍ଦର
ଲିଜରେ ଦିଆଯିବ ଦେଶର 25 ଟି ବିମାନ ବନ୍ଦର

ନୂଆଦିଲ୍ଲୀ: ଲିଜରେ ଦିଆଯିବ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର । ଚଳିତ ବର୍ଷ(2022)ରୁ 2025 ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ । କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ ( National Monetization Pipeline ) ଅନୁସାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଦିଆଯିବ ଲିଜ । ଆଜି ରାଜ୍ୟସଭା (Rajya Sabha) ରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ( Minister of State Civil Aviation Gen. (Dr) V. K. Singh (Retd) ।

ଏହାବି ପଢନ୍ତୁ- ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଗୁଗଲ ସିଇଓ, ଦେଶରେ ଡିଜିଟାଲ ଶିକ୍ଷା ନେଇ ଆଲୋଚନା

ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ (Airports Authority of India) ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ଦେଶର ୨୫ଟି ବିମାନ ବନ୍ଦର ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାଇପୁର, କଲିକୁଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରତ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭୋଦଦରା, ଭୋପାଳ, ତିରୁପତି, ହୁବଲୀ, ଇମ୍ପାଲ, ଅଗରତାଲା, ଉଦୟପୁର, ଡେରାଡୁନ, ଓ ରାଜମୁନ୍ଦ୍ରୀ ।

ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟାୟକ୍ରମେ ବିମାନ ବନ୍ଦର ଗୁଡିକୁ ଲିଜ ଆକାରରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ । ତେବେ କେତ ବର୍ଷ ପାଇଁ ଏହା ଦିଆଯିବ ମନ୍ତ୍ରୀ ସ୍ପଷ୍ଟ କରିନାହାଁନ୍ତି ।

ଏହାବି ପଢନ୍ତୁ- Same Sex Marriage: ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, ବିରୋଧ କଲେ ସୁଶୀଲ ମୋଦି

କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଆହୁରି କହିଛନ୍ତି ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡିକୁ ଘରୋଇ କ୍ଷେତ୍ରର ନିବେଶ ଓ କାର୍ଯ୍ୟଦକ୍ଷତା ଆସିବା ପରେ ଉତ୍ତମ ପରିଚାଳନା ହୋଇପାରିବ । ପିପିପି ମୋଡରେ ବିମାନ ବନ୍ଦର ଗୁଡିକ ବିକାଶ ହେବା ଦ୍ବାରା ଯାତ୍ରୀ ଓ ରାଜ୍ୟ ସରକାର ମାନେ ଉପକୃତ ହୋଇପାରିବେ ।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶର 8 ଟି ବିମାନ ବନ୍ଦରକୁ କେନ୍ଦ୍ର ସରକାର ଲିଜରେ ଦେଇଛନ୍ତି । ସେଗୁଡିକ ହେଉଛି ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ଅହମଦାବାଦ, ମାଙ୍ଗାଲୁରୁ, ଜୟପୁର, ଗୌହାଟୀ ଓ ତିରୁଅନନ୍ତପୁରମ ବିମାନ ବନ୍ଦର ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.