ETV Bharat / bharat

Russia Ukraine War: ୮୦୦ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି ୨୪ ବର୍ଷୀୟ ପାଇଲଟ ମହେଶ୍ବତା ଚକ୍ରବର୍ତ୍ତୀ

କୋଲକାତାର ୨୪ ବର୍ଷୀୟ ମହେଶ୍ବତା ଚକ୍ରବର୍ତ୍ତୀ ନାମକ ଜଣେ ପାଇଲଟ ୮୦୦ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ସୀମାରୁ ସ୍ବଦେଶ ଫେରାଇ ଆଣିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିୟଙ୍କା ଶର୍ମା । ଅଧିକ ପଢନ୍ତୁ

ମହେଶ୍ବତା ଚକ୍ରବର୍ତ୍ତୀ
ମହେଶ୍ବତା ଚକ୍ରବର୍ତ୍ତୀ
author img

By

Published : Mar 13, 2022, 9:38 AM IST

Updated : Mar 13, 2022, 11:33 AM IST

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି ଋଷ । ବାରୁଦ ଗନ୍ଧ ଓ ବିସ୍ଫୋରଣର ଶଦ୍ଦରେ ବାଜିରେ ଲାଗିଛି ଜୀବନ । ଏହାରି ଭିତରେ ଜୀବନ ବଞ୍ଚାଇ ସ୍ବଦେଶ ଫେରୁଛନ୍ତି ଅନେକ । ସ୍ବତନ୍ତ୍ର ବିମାନ ଯୋଗେ ନିଜ ଜନ୍ମମାଟିକୁ ଫେରୁଛନ୍ତି ଭାରତୀୟ । ସେମାନଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାରଙ୍କ ଭୂମିକା ତ ରହିଛି ଆଉ ତା ଭିତରେ ଅଧିକ ଭୂମିକା ରହିଛି ପାଇଲଟମାନଙ୍କର ।

କୋଲକାତାର ୨୪ ବର୍ଷୀୟ ମହେଶ୍ବତା ଚକ୍ରବର୍ତ୍ତୀ ନାମକ ଜଣେ ପାଇଲଟ ୮୦୦ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ସୀମାରୁ ସ୍ବଦେଶ ଫେରାଇ ଆଣିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଉପସଭାପତି ପ୍ରିୟଙ୍କା ଶର୍ମା । ୪ଥର ପୋଲାଣ୍ଡ ୨ ଥର ହଙ୍ଗେରୀକୁ ଉଡାଣ ଭରିଛନ୍ତି ମହାଶ୍ବତା । ସେ କୁହନ୍ତି, ମୋ ପାଇଁ ଏହି ଉଡାଣ ଏକ ନିଆରା ଅନୁଭବ। ମୁଁ ଉଦ୍ଧାର କରୁଥିବା ଅନେକ ପିଲା ରୋଗଗ୍ରସ୍ତ ଥିଲେ। ପ୍ରାୟ ପିଲାଙ୍କ ବୟସ ୨୦ବର୍ଷ । ମୁଁ ସେମାନଙ୍କୁ ଘରକୁ ଫେରାଇ ଆଣି ଗର୍ବ ଅନୁଭବ କରୁଛି। ପିଲାଙ୍କୁ ବି ଶ୍ରେୟ ଦେଇଛନ୍ତି ମହାଶ୍ବତା। କହିଛନ୍ତି, ପ୍ରକୃତ ହିରୋ ତ ଏହି ଛାତ୍ର ମାନେ। ନିଜ ଦେଶକୁ ଫେରିବା ପାଇଁ ଭୟର ପରିସ୍ଥିତିରେ ବି ସେମାନେ ସାହାସ ହାରିନଥିଲେ।

  • She is Mahasweta Chakraborty, Daughter of Tanuja Chakraborty (President of WB State BJP Mahila Morcha).
    Mahasweta, a 24yr old pilot from Kolkata, rescued more than 800 Indian students from the border of Ukraine, Poland & Hungary.
    Huge Respect for her. 🙏🏻https://t.co/Sn5JVJbAco pic.twitter.com/4ISOHHfq14

    — Priyanka Sharma 🇮🇳 (@Priyankabjym) March 12, 2022 " class="align-text-top noRightClick twitterSection" data=" ">

ସେ ଏକ ଟ୍ବିଟ କରି କହିଛନ୍ତି, ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାପତି ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ ମହେଶ୍ବତା ଚକ୍ରବର୍ତ୍ତୀ । ଭାରତ ୨୦ ହଜାର ନାଗରିକ ଯୁଦ୍ଧକ୍ଷେତ୍ର ୟୁକ୍ରେନରୁ ଅପରେସନ ଗଙ୍ଗା ଜରିଆରେ ସ୍ବଦେଶ ଫେରିଛନ୍ତି । ଫେବୃଆରୀ ୨୪ରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ଏହା ପରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଜଣେ ୨୪ ବର୍ଷୀୟ ଖୁବ କମ ବୟସରେ ମହେଶ୍ବତା ଚକ୍ରବର୍ତ୍ତୀ ଏହି କାର୍ଯ୍ୟରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଅନେକଙ୍କ ପାଇଁ ପ୍ରେରଣା ନିଶ୍ଚୟ । ମହେଶ୍ବତାଙ୍କ ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଏହା ବି ପଢନ୍ତୁ...ମେଲିଟିପୋଲ ମେୟର ଅପହରଣ, ଇସ୍ରାଏଲକୁ ସହାୟତା ମାଗିଲେ ଜେଲେନସ୍କି

ପ୍ରକାଶ ଥାଉ କି, ଶେଷ ଥର ପାଇଁ ମାର୍ଚ୍ଚ ୧୧ ତାରିଖରେ ଆଉ ୨୪୨ ଭାରତୀୟ ସ୍ବଦେଶ ଫେରିଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୮ରେ ସୁମୀରେ ଥିବା ସମସ୍ତ ୬୯୪ ଜଣ ଭାରତୀୟ ପୋଲଟାଭା ଅଭିମୁଖେ ବସ୍‌ ଯୋଗେ ବେଶ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଥିଲେ ।

@ANI

Last Updated : Mar 13, 2022, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.