ETV Bharat / bharat

RajyaSabha: ଦେଶରେ 3 ବର୍ଷରେ ହୋଇଛି 2 ହଜାରରୁ ଅଧିକ ବାଲ୍ୟ ବିବାହ - ବାଲ୍ୟ ବିବାହ ତଥ୍ୟ

ଗତ 3 ବର୍ଷରେ ଦେଶରେ ମୋଟ 2 ହଜାର 358 ବାଲ୍ୟ ବିବାହ (Child Marriage) ସାମନାକୁ ଆସିଛି । ବର୍ଷ 2019 ରେ 523, 2020 ରେ 785 ଓ 2021 ରେ 1050 ବାଲ୍ୟ ବିବାହ ହୋଇଛି । ବୁଧବାର ରାଜ୍ୟସଭାରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ (Union Minister Smriti irani) ଏହି ତଥ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
author img

By

Published : Dec 21, 2022, 8:21 PM IST

ନୂଆଦିଲ୍ଲୀ: ଗତ 3 ବର୍ଷରେ ଦେଶରେ ମୋଟ 2 ହଜାର 358 ବାଲ୍ୟ ବିବାହ (Child Marriage) ସାମ୍ନାକୁ ଆସିଛି । ବର୍ଷ 2019 ରେ 523, 2020 ରେ 785 ଓ 2021ରେ 1050 ବାଲ୍ୟ ବିବାହ ହୋଇଛି । ବୁଧବାର ରାଜ୍ୟସଭାରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ (Union Minister Smriti irani) ଏହି ତଥ୍ୟ ଦେଇଛନ୍ତି । କଂଗ୍ରେସ(M) ସାଂସଦ ଜୋଶ କେ ମଣିଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ମନ୍ତ୍ରୀ ।

ଏହାବି ପଢନ୍ତୁ- Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ

ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି, ବର୍ଷ 2019ରେ 523, 2020ରେ 785 ଓ 2021ରେ 1050 ମୋଟ 2 ହଜାର 358 ବାଲ୍ୟ ବିବାହ ହୋଇଛି । ଯେଉଁଥିରେ କର୍ଣ୍ଣାଟକରେ ସର୍ବାଧିକ ରହିଛି । ରାଜ୍ୟରେ 2021ରେ 273, 2020ରେ 184 ଓ 2019ରେ 111 ବାଲ୍ୟ ବିବାହ ହୋଇଛି । ଦ୍ବିତୀୟରେ ରହିଛି ଆସାମ । ଏହି ରାଜ୍ୟରେ ମୋଟ 408 (2021ରେ 155, 2020ରେ 138 ଓ 2019ରେ 115 ବାଲ୍ୟ ବିବାହ ହୋଇଛି । ତୃତୀୟରେ ତାମିଲନାଡୁ ରହିଥିବା ବେଳେ ରାଜ୍ୟରେ ଗତ 3 ବର୍ଷରେ ମୋଟ 292 ବାଲ୍ୟ ବିବାହ ହୋଇଛି । ଏଥିରେ 2021ରେ 169, 2020ରେ 77 ଓ 2019ରେ 46 ବିବାହ ହୋଇଛି । ପଶ୍ଚିମବଙ୍ଗରେ ମୋଟ 271 ବାଲ୍ୟ ବିବାହରୁ 2021ରେ 105, 2020ରେ 98 ଓ 2019ରେ 68 ବାଲ୍ୟ ବିବାହ ହୋଇଛି ।

ଏହାବି ପଢନ୍ତୁ- New Covid Variant Alert : ଶେଷ ହୋଇନାହିଁ କୋଭିଡ, ମାସ୍କ ପିନ୍ଧନ୍ତୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ମେଘାଳୟ, ମିଜୋରାମ, ନାଗଲାଣ୍ଡ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଲଦାଖ, ଲକ୍ଷାଦ୍ବୀପ ଓ ଅରୁଣାଚଳ ପ୍ରଦେଶରେ ଗତ 3 ବର୍ଷରେ କୌଣସି ବାଲ୍ୟ ବିବାହ ହୋଇନାହିଁ । ମନ୍ତ୍ରୀ କହିଛନ୍ତି 3 ବର୍ଷର ତଥ୍ୟ ବିଶ୍ଲେଷଣରେ ଏହା ସ୍ପଷ୍ଟ ହେଉଛି ଯେ ଧୀରେଧୀରେ ବାଲ୍ୟ ବିବାହ ଦେଶରେ ହ୍ରାସ ପାଉଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ରହିଥିବା ବେଟି ବଚାଓ ବେଟି ପଢାଓ, ମହିଳା ହେଳ୍ପ ଲାଇନ(181) ଓ ଚାଇଲ୍ଡ ହେଳ୍ପ ଲାଇନ(1098) ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନ ଓ କାର୍ଯ୍ୟକ୍ରମ ଦ୍ବାରା ବାଲ୍ୟ ବିବାହ ହ୍ରାସ ପାଉଛି ବୋଲି ମହିଳା ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.