ETV Bharat / bharat

Chardham Yatra: 2 ମାସରେ ପ୍ରାଣ ହରାଇଲେଣୀ ୨୦୩ ତୀର୍ଥଯାତ୍ରୀ - ଚାରିଧାମ ଯାତ୍ରା

ଚଳିତ ବର୍ଷ ମେ’ ୩ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୨୦୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଉତ୍ତରାଖଣ୍ଡ ଜରୁରୀକାଳୀନ ଅପରେସନ୍ ସେଣ୍ଟର ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Chardham Yatra: 2 ମାସରେ ପ୍ରାଣ ହରାଇଲେଣୀ ୨୦୩ ତୀର୍ଥଯାତ୍ରୀ

author img

By

Published : Jun 27, 2022, 12:36 PM IST

ଡେରାଡୁନ: ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚଳିତ ବର୍ଷ ମେ’ ୩ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୨୦୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଉତ୍ତରାଖଣ୍ଡ ଜରୁରୀକାଳୀନ ଅପରେସନ୍ ସେଣ୍ଟର ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ୨୦୩ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ କେଦାରନାଥ ଧାମ, ୫୧ ଜଣ ବଦ୍ରିନାଥ ଧାମ, ୧୩ ଜଣ ଗଙ୍ଗୋତ୍ରି ଏବଂ ୪୨ ଜଣ ଯମୁନୋତ୍ରିରେ ପ୍ରାଣ ହରାଇଛନ୍ତି ।

ସୂଚନାଅନୁଯାୟୀ, ମେ’ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ବର୍ତ୍ତମାନ ସୁଦ୍ଧା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରିଛି । ଗତ ସପ୍ତାହରୁ ତିର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତୀର୍ଥଯାତ୍ରୀମାନେ ସେମାନଙ୍କ ଯାତ୍ରା ଆରମ୍ଭ ହେବା ପୂର୍ବରୁ ନିଜ ପାଖରେ ଆବଶ୍ୟକ ପରିମାଣରେ ଔଷଧ ଓ ଠିକ ସମୟରେ ଖାଦ୍ୟ ଖାଇବା ସହ ପାଣି ମଧ୍ୟ ଯଥେଷ୍ଟ ପରିମାଣରେ ପିଇବାରୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଥିଲା । ଏଥିସହ ଯାତ୍ରା ପୂର୍ବରୁ ସ୍ବାସ୍ଥ୍ୟ ଯାଞ୍ଚ ନେଇ ପରାମର୍ଶ ମଧ୍ୟ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.