ETV Bharat / bharat

2021 ନିର୍ବାଚନ ଫଳାଫଳ: ଜୀବନ, ଅସ୍ତିତ୍ବ ଓ ସୁରକ୍ଷା ପାଇଁ ଭୋଟ

ହ୍ବିଲଚେୟାରରେ ଜଣେ ମହିଳା ବିଜେପି ବାହାର କରିଥିବା ରଥକୁ ଅଟକାଇ ଦେଲେ ନା ପଶ୍ଚିମ ବଙ୍ଗରେ ଗୈରିକ ଦଳ କ୍ଷମତାକୁ ଆସିଲେ ସେମାନଙ୍କର ଅସ୍ତିତ୍ବ ପ୍ରତି ବିପଦ ଦେଖାଦେବ ବୋଲି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଯେଉଁ ଭାବନା ଜାତ ହୋଇଥିଲା ତାହାର ପ୍ରତିଫଳନ ଘଟିଲା ? ଅଧିକ ପଢନ୍ତୁ...

2021 ନିର୍ବାଚନ ଫଳାଫଳ
2021 ନିର୍ବାଚନ ଫଳାଫଳ
author img

By

Published : May 4, 2021, 7:06 AM IST

ହ୍ବିଲଚେୟାରରେ ଜଣେ ମହିଳା ବିଜେପି ବାହାର କରିଥିବା ରଥକୁ ଅଟକାଇ ଦେଲେ ନା ପଶ୍ଚିମ ବଙ୍ଗରେ ଗୈରିକ ଦଳ କ୍ଷମତାକୁ ଆସିଲେ ସେମାନଙ୍କର ଅସ୍ତିତ୍ବ ପ୍ରତି ବିପଦ ଦେଖାଦେବ ବୋଲି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଯେଉଁ ଭାବନା ଜାତ ହୋଇଥିଲା ତାହାର ପ୍ରତିଫଳନ ଘଟିଲା? ବିଜେପିର ରଥକୁ ଅଟକାଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ, ଯେଉଁମାନେ କି ଅନ୍ୟ ସମସ୍ତ ପ୍ରମୁଖ ଧର୍ମନିରପେକ୍ଷ ଦଳଗୁଡିକୁ ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମସି) ପଛରେ ସଂଗଠିତ ହୋଇ ଭୋଟ ଦେଇଛନ୍ତି ।

କେବଳ ମମତା ବାନାର୍ଜୀ ହିଁ ବିଜେପିକୁ କ୍ଷମତାରୁ ଦୂରେଇ ରଖିପାରିବେ ବୋଲି ଧାରଣା ସଂଖ୍ୟାଲଘୁ ମାନଙ୍କୁ ଏକାଠି କରିଥିଲା । ଏହାସହିତ ଆହୁରି ଅନେକ କାରଣ ମଧ୍ୟ ରହିଛି ଯାହାକି ପଶ୍ଚିମବଙ୍ଗରେ ବିଜେପି ବିରୁଦ୍ଧରେ ଯାଇଛି । ଯେଉଁଥିପାଇଁ କି 2019 ଲୋକସଭା ନିର୍ବାଚନ ବେଳେ ପୁରା ଦକ୍ଷିଣ ଜଙ୍ଗଲ ମହଲ ଅଞ୍ଚଳରେ ବିପୁଳ ସଫଳତା ପାଇଥିବା ବିଜେପି ଏଥର ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳରୁ ଧୋଇ ହୋଇ ରହିଯାଇଛି । ପ୍ରକୃତ କଥା ହେଉଛି ଯେ, ଜଙ୍ଗଲ ମହଲରେ ଏଥର ମହିଳା ଭୋଟରମାନେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଆସିଥିଲେ ଯାହା ସୂଚେଇ ଥିଲା କି ସେମାନେ ଟିଏମସି ସପକ୍ଷରେ ଭୋଟ ଦେଇଥିଲେ । ବିଜେପିକୁ ସେମାନେ ନିର୍ବାଚନମଣ୍ଡଳୀରୁ ସମ୍ପୂର୍ଣ୍ଣ ଦୂରେଇ ରଖିବାକୁ ଚାହୁଁଥିଲେ । ଏପରିକି ମାଥୁଆମାନଙ୍କୁ ନେଇ ବିଜେପି ବେଶ୍ ଚର୍ଚ୍ଚା କରିଥିଲେ ସୁଦ୍ଧା ଏଥରୁ ଦଳକୁ କିଛି ଲାଭ ମିଳିନଥିଲା ।

ଏହା ପ୍ରକୃତରେ ବିଜେପି ବିରୁଦ୍ଧରେ ଜନାଦେଶ ଯାହାକି ମମତାଙ୍କ ସପକ୍ଷରେ ଯାଇଛି, ଯେଉଁଥିପାଇଁ ତୃଣମୂଳ କଂଗ୍ରେସ 2016 ବିଧାନସଭା ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିଛି ଏବଂ ବିଜେପିକୁ ମିଳିଥିବା ଅଧିକ ଭୋଟ ହାର କଂଗ୍ରେସ, ବାମ ଦଳରୁ ମିଳିଛି କାରଣ ପଶ୍ଚିମବଙ୍ଗର ନିର୍ବାଚନୀ ମାନଚିତ୍ରର ଅଧିକାଂଶ ଅଞ୍ଚଳରୁ କଂଗ୍ରେସ ଓ ବାମପନ୍ଥୀ ଦଳ ମୂଳପୋଛ ହୋଇ ଯାଇଛନ୍ତି ।

ଅଧିକ ଆସନ ଆଶା କରୁଥିବା ବିଜେପି ପାଇଁ କୋଲକାତା ପ୍ରସ୍ଥାନ ଦ୍ବାର ଦେଖାଇ ଦେଇଛି । ଏପରିକି ଦଳ ବଦଳାଇଥିବା ନେତାଙ୍କ ପାଇଁ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିବା ନେଇ ଯେଉଁ ଆଶା ରଖିଥିଲା ତାହା ବି ହୋଇନାହିଁ । ଅଧିକାଂଶ ବିଧାୟକ ଯେଉଁମାନେ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସେମାନେ ହାରିଯାଇଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିୟା । ଦଳବଦଳ କରିଥିବା ବିଧାୟକଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ବଙ୍ଗରେ ବିଜେପି ପାଇଁ ଏକ ବଡ଼ ସଫଳତା ଆଣିଛନ୍ତି । ସେ ଅନ୍ତତଃ ପୂର୍ବ ମେଦିନପୁରର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ।

ବିଜେପି ପାଇଁ କେରଳ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ଏଠାରେ ଦଳର ଚିହ୍ନବର୍ଣ୍ଣ ରହିନାହିଁ ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ରାଜ୍ୟ ବିଧାନସଭାରେ ଦଳ ପ୍ରତିନିଧିଶୂନ୍ୟ ରହିବ । ଉତ୍ତର ଓ କେନ୍ଦ୍ରୀୟ କେରଳରେ ସଂଖ୍ୟାଲଘୁମାନେ ସେମାନଙ୍କ ଆନୁଗତ୍ୟ ବଦଳାଇବା ସହ ଏଲଡିଏଫ ସପକ୍ଷରେ ଏକଜୁଟ ହୋଇ ଭୋଟ ଦେଇଛନ୍ତି । ଯଦି ଗୈରିକ ଦଳ କ୍ଷମତାକୁ ଆସେ ତେବେ ସେମାନଙ୍କର ଅସ୍ତିତ୍ବ ପ୍ରତି ବିପଦ ଥିବା ମଧ୍ୟ ସେମାନଙ୍କ ମନରେ ଧାରଣା ଦୃଢ ହୋଇଥିଲା । ମୁସଲିମ ଲିଗର ଦୁର୍ଗ କୁହାଯାଉଥିବା ଉତ୍ତର କେରଳର ସଂଖ୍ୟାଧିକ ଭୋଟ ବାମ ଦଳ ସପକ୍ଷରେ ଯାଇଛି । ସେହିପରି କେନ୍ଦ୍ର କେରଳରେ ଏକ ବଡସଂଖ୍ୟାରେ ଖ୍ରୀଷ୍ଟିଆନ ଲୋକେ ବସବାସ କରନ୍ତି, ଏମାନଙ୍କ ଭୋଟ ମଧ୍ୟ ଏଲଡିଏଫ ସପକ୍ଷରେ ଯାଇଛି । ଅଧିକାଂଶ ହିନ୍ଦୁ ବହୁଳ ନିର୍ବାଚନମଣ୍ଡଳୀ ଥିବା ଦକ୍ଷିଣ କେରଳରେ ମଧ୍ୟ ଗୈରିକ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ ।

ଏପଟେ ତାମିଲନାଡୁରେ ଡିଏମକେ ଯେଉଁଭଳି ଭାବେ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳର ନୀତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲା ଓ ବୁଝାଇଥିଲା ତାହାର ଫଳ ଦଳକୁ ମିଳିଛି । ବଂଶବାଦ ରାଜନୀତି ଉଲ୍ଲେଖ କରି ଦଳ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଉଠୁଥିଲା ତାହାର କୌଣସି ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡିନାହିଁ । କେବଳ ଯେ କରୁଣାନିଧିଙ୍କ ଦ୍ବିତୀୟ ପିଢି ଏମ.କେ.ଷ୍ଟାଲିନ ବିଜୟୀ ହୋଇଛନ୍ତି ତା ନୁହେଁ ତୃତୀୟ ପିଢି ଅର୍ଥାତ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପକ ନିର୍ବାଚନମଣ୍ଡଳୀରୁ ଭଲ ଭୋଟ ବ୍ୟବଧାନରେ ଜିତିଛନ୍ତି । ଜୟାଲଳିତାଙ୍କ ଯୋଗୁଁ ଆନ୍ନାଡିଏମକେ ମହିଳାଙ୍କ ଭୋଟ ଅଧିକ ପାଇ ଆସୁଥିଲା, କିନ୍ତୁ ଏବେ ଏହା ଡିଏମକେ ସପକ୍ଷରେ ଯାଇଛି ।

ଆନ୍ନାଡିଏମକେର ଦଶ ବର୍ଷ ଶାସନ ପରେ ଡିଏମକେ କେବଳ କ୍ଷମତାକୁ ଆସିନାହିଁ, ଏଥିସହିତ ଅତି ସହଜରେ କ୍ଷମତା ଦଳର ପର ପିଢି ହାତକୁ ଯାଇଛି । ବହୁବର୍ଷର ରାଜକୁମାର ଏମ.କେ.ଷ୍ଟାଲିନ 45 ବର୍ଷର ରାଜନୈତିକ ପରିପକ୍ବତା ପାରେ ରାଜା ବନିଛନ୍ତି । ସାରା ଭାରତ କୋରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ବାସ୍ଥ୍ୟ ସଂକଟରେ ପଡିଥିବା ବେଳେ ଡିଏମକେ କ୍ଷମତାକୁ ଆସିଛି । ଦଳ ଆଗରେ କ’ଣ ସବୁ ପ୍ରାଥମିକତା ରହିବ ସେ ନେଇ ଡିଏମକେ ବେଶ୍ ଅବଗତ ରହିଛି, ଯାହାକି ଦଳର ମୁଖପାତ୍ର ମାନୁସୁନ୍ଦରମ ଗତ ରବିବାର ଦିନ ସ୍ପଷ୍ଟ କରି ଦେଇଛନ୍ତି । ସେ କହିଛନ୍ତି ଯେ ଦଳ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି ।

ପଶ୍ଚିମବଙ୍ଗ ଓ କେରଳ ଚିତ୍ର ଠାରୁ ଆସାମର ଚିତ୍ର ବିଜେପି ପାଇଁ ଭିନ୍ନ । ରାଜ୍ୟରେ ବିଜେପି ପୁଣି କ୍ଷମତାକୁ ଫେରିଛି । ଏଠାରେ ସଂଖ୍ୟାଲଘୁ ଭୋଟର ଦଳକୁ ରୋକିପାରିନାହାଁନ୍ତି । ବାସ୍ତବରେ କଂଗ୍ରେସ ଅନେକ ଆଞ୍ଚଳିକ ପ୍ରସଙ୍ଗରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କଥା କହିଥିଲା, କିନ୍ତୁ ବିଜେପିର ବିକାଶ ଏଜେଣ୍ଡା ପ୍ରତି ଲୋକେ ସେମାନଙ୍କର ସମର୍ଥନ ଦେଇଛନ୍ତି । ସିଏଏ ଏବଂ ଏନଆରସି ବିରୋଧି ନାରା କଂଗ୍ରେସ-ବିପିଏଫ୍ (ବୋଡୋଲାଣ୍ଡ ପିପୁଲସ ଫ୍ରଣ୍ଟ), ବାମ ଏବଂ ଏଆଇୟୁଡିଏଫକୁ ନେଇ ଗଠିତ ମହାମେଣ୍ଟ ସପକ୍ଷରେ ଯାଇନାହିଁ । ବିଜେପିର ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବ ଆଗରେ ବିରୋଧୀଙ୍କ ଶକ୍ତି ଦୁର୍ବଳ ପ୍ରମାଣିତ ହୋଇଛି । ଆସାମ ଚୁକ୍ତିର ଧାରା 6କୁ କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି, ଏଥିରେ ମୂଳ ଆସାମୀ ନାଗରିକଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି । ବଦୁରୁଦ୍ଦିନ ଆଜମଲଙ୍କୁ ସାମ୍ପ୍ରଦାୟିକ ଶକ୍ତି ସହିତ ତୁଳନା କରି ସେ ମୂଳ ଆସାମୀ ନାଗରିକଙ୍କ ପାଇଁ ବିପଦ ବୋଲି ବିଜେପିର ପ୍ରଚାର ବିରୋଧି ମେଣ୍ଟକୁ ଦୁର୍ବଳ କରିଦେଇଥିଲା । ବିରୋଧୀ ଦଳଗୁଡ଼ିକୁ ନେଇ ଗଠିତ ମହାମେଣ୍ଟକୁ ଲୋକେ କିପରିଏକ ସୁବିଧାବାଦୀ ମେଣ୍ଟ ଭାବେ ଦେଖିଥିଲେ ତାହା ରାଜ୍ୟ କଂଗ୍ରେସ ସଭାପତି ରିପୁନ ବୋରା ନିର୍ବାଚନ ହାରିଯିବାରୁ ସ୍ପଷ୍ଟ ହୋଇ ଯାଇଛି ।

ବର୍ତ୍ତମାନ ବିଜେପି ଆଗରେ ଚ୍ୟାଲେଞ୍ଜ ହେଉଛି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବଂ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ କିପରି ଉତ୍ତମ ଯୋଗାଯୋଗ ଏବଂ ଶାନ୍ତି ରଖିପାରିବ । କାରଣ ଆସାମର ମୁଖ୍ୟମନ୍ତ୍ରୀ ହେବା ପାଇଁ ବହୁ ଦିନ ଧରି ହିମନ୍ତ ବିଶ୍ବଶର୍ମା ଦାବିଦାର ରହି ଆସିଛନ୍ତି ।

ତାମିଲନାଡୁରେ ପୂର୍ବରୁ ଆନ୍ନାଡିଏମକେରେ ହୋଇଥିବା ବିବାଦ ପରି ବିଜେପିରେ ଅନୁରୁପ ସଂକଟ ସୃଷ୍ଟି ହେବ କି ? ପାଲାନିସ୍ବାମୀ ଏବଂ ଓ ପନୀରସେଲଭାମଙ୍କ ମଧ୍ୟରେ ଦୁଇଟି ଗୋଷ୍ଠୀରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହୋଇଥିବା କନ୍ଦଳ କାରଣରୁ ଆନ୍ନାଡିଏମକେ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲା । ଆସାମରେ ଏପରି ସ୍ଥିତି ସୃଷ୍ଟି ହେବ କି, ନା ସୋନୋୱାଲ ଏବଂ ବିଶ୍ବଶର୍ମାଙ୍କୁ ନେଇ ବିଜେପି ଏକ ସମାଧାନର ସୂତ୍ର ବାହାର କରିବ?

ଏବେ ମଜାଦାର କଥା ହେଉଛି ନିର୍ବାଚନରେ ହାରି ଯାଇଥିବା ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ କିପରି ଆଗାମୀ ଛଅ ମାସ ଭିତରେ ବିଧାୟକ ନିର୍ବାଚିତ ହେଉଛନ୍ତି । ଏବଂ ସେ ନିର୍ବାଚନ ଲଢିବା ପାଇଁ କେଉଁ ଆସନ ବାଛୁଛନ୍ତି ? ନିର୍ବାଚନ ସମୟରେ କୋଭିଡରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ କୋଲକାତାର ଖାରଡା ନିର୍ବାଚନମଣ୍ଡଳୀ ମମତାଙ୍କ ପାଇଁ ବିଧାୟକ ହେବା ଲାଗି ଅପେକ୍ଷା କରି ରହିଛି କି ?

ବିଲାଲ ଭଟ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.