ETV Bharat / bharat

ଲଦାଖରେ ଚୀନ ସହ ମୁକାବିଲା ପାଇଁ 20 ITBP ଯବାନଙ୍କୁ ପିଏମଜି ପଦକ ପ୍ରଦାନ - Raising Day

୨୦୨୦ ମେ-ଜୁନ ମାସରେ ପୂର୍ବ ଲଦାଖ ସୀମାରେ ହାତାହାତି ହୋଇଥିଲେ ଭାରତ-ଚୀନ ସେନା । ଲଦାଖ ସୀମାରେ ଘଟିଥିବା ଏହି ସଂଘର୍ଷରେ ସାହାସିକତାର ସହ ଡ୍ରାଗନ ସେନାର ମୁକାବିଲା ପାଇଁ ୨୦ ITBP ଯବାନଙ୍କୁ ମିଳିଲା ପୋଲିସ ମେଡାଲ ଫର ଗାଲାଣ୍ଟ୍ରି (ପିଏମଜି) ପଦକ । ଅଧିକ ପଢନ୍ତୁ...

ଲଦାଖରେ ଚୀନ ସହ ମୁକାବିଲା ପାଇଁ 20 ITBP ଯବାନଙ୍କୁ ପିଏମଜି ପଦକ ପ୍ରଦାନ

author img

By

Published : Oct 24, 2021, 3:52 PM IST

ନୂଆଦିଲ୍ଲୀ: ୨୦୨୦ ମେ-ଜୁନ ମାସରେ ପୂର୍ବ ଲଦାଖ ସୀମାରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ । ଦୁଇ ଦେଶର ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଯେଉଁଥିରେ ଅନେକ ଭାରତୀୟ ଯବାନ ମଧ୍ୟ ଶହୀଦ ହୋଇଯାଇଥିଲେ । ତେବେ ଏହି ସଂଘର୍ଷରେ ଡ୍ରାଗନ ସେନା ବିରୁଦ୍ଧରେ ସାହାସିକତାର ସହ ମୁକାବିଲା ପାଇଁ ଆଜି ୨୦ ଜଣ ITBP ଯବାନଙ୍କୁ ପୋଲିସ ମେଡାଲ ଫର ଗାଲାଣ୍ଟ୍ରି (ପିଏମଜି) ପଦକ ପ୍ରଦାନ କରାଯାଇଛି ।

ITBPର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସେହି ବୀର ଯବାନମାନଙ୍କ ସାହାସିକତା ପାଇଁ ପିଏମଜି ପଦକ ସହ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହି ପଦକଗୁଡିକ ଚଳିତ ବର୍ଷ ଅଗଷ୍ଟ 14 ତାରିଖ ଦିନ ସ୍ୱାଧୀନତା ଦିବସ ଉପଲକ୍ଷେ ଘୋଷଣା କରାଯାଇଥିଲା।

ଗତ ବର୍ଷ ଜୁନ ୧୫ ତାରିଖରେ ଗଲୱାନ ନଲ୍ଲା ଅଞ୍ଚଳରେ ଚୀନ ସହ ଜୋରଦାର ସଂଘର୍ଷ ଘଟିଥିଲା । ଏହି ସଂଘର୍ଷ ସମୟରେ ବୀରତାପୂର୍ଣ୍ଣ କାର୍ଯ୍ୟ, ଉଚ୍ଚକୋଟୀର ଯୋଜନା ଏବଂ ସାମରିକ ଦୂରଦୃଷ୍ଟି ସହ ଚୀନର ମୁକାବିଲା କରି ଦେଶମାତୃକାର ସେବା କରିବା ପାଇଁ ଉକ୍ତ ୨୦ ଜଣ ଯବାନଙ୍କ ମଧ୍ୟରୁ ୮ ଜଣଙ୍କୁ PMG ପଦକ ଦିଆଯାଇଛି । ମେ ୧୮ରେ Finger IV ଅଞ୍ଚଳରେ ଘଟିଥିବା ରକ୍ତପାତରେ ଡ୍ରାଗନ ସେବା ଆଗରେ ଅଡି ରହି ବୀରତାର ସହ ମୁକାବିଲା ପାଇଁ ଅନ୍ୟ ୬ ଜଣ ଯବାନଙ୍କୁ PMG ସମ୍ମାନ ପ୍ରଦାନ କରାଯାଇଛି ।

ସେହିପରି ସମାନ ଦିନ ଲଦାଖର ହଟ ସ୍ପିଙ୍ଗ ନିକଟରେ ଘଟିଥିବା ସଂଘର୍ଷରେ ଚୀନ ସେନାକୁ କଡା ଜବାବ ଦେବା ନେଇ ବାକି ୬ ଜଣ ITBP ଯବାନଙ୍କୁ ପୋଲିସ ମେଡାଲ ଫର ଗାଲାଣ୍ଟ୍ରି(ପିଏମଜି) ମିଳିଛି ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.