ETV Bharat / bharat

ଦେଶରେ ମହଜୁଦ ଅଛି ୨.୩୩ କୋଟି କୋରୋନା ଟିକା - କୋରୋନା

ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ୫୨କୋଟି ୪୦ ଲକ୍ଷ ୬୦ ହଜାର ୮୯୦ କୋରୋନା ଟିକା ଯୋଗାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

ଦେଶରେ ମହଜୁଦ ଅଛି ୨.୩୩ କୋଟି କୋରୋନା ଟିକା
ଦେଶରେ ମହଜୁଦ ଅଛି ୨.୩୩ କୋଟି କୋରୋନା ଟିକା
author img

By

Published : Aug 9, 2021, 1:44 PM IST

ନୂଆଦିଲ୍ଲୀ: କୋରୋନାକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । କେନ୍ଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ମାଗଣାରେ ଟିକା ଯୋଗାଉଥିବାବେଳେ ଏପର୍ଯ୍ୟନ୍ତ ୫୨. ୪୦ କୋଟି ଟିକା ଯୋଗାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ୫୨କୋଟି ୪୦ ଲକ୍ଷ ୬୦ ହଜାର ୮୯୦ କୋରୋନା ଟିକା ଯୋଗାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

କେନ୍ଦ୍ର ଯୋଗାଇଥିବା ଟିକା ମଧ୍ୟରୁ ୫୦.୮୬ କୋଟି ଟିକା ବ୍ୟବହାର ହୋଇଛି । ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ୨.୩୩ କୋଟି କୋଭିଡ ଟିକା ମହଜୁଦ ରହିଛି । ଅଧିକ ଟୀକାକରଣ ଉପଲବ୍ଧ ହେବା ଦ୍ୱାରା ଟୀକାକରଣ ଡ୍ରାଇଭ୍ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଜୁନ୍ ୨୧ରେ କ୍ୟାମ୍ପେନ ମୋଡରେ ଦେଶବ୍ୟାପୀ ଟୀକାକରଣ ଆରମ୍ଭ ହୋଇଥିଲା । ଅଧିକ ଟିକା ଉପଲବ୍ଧ ହେବା ଦ୍ୱାରା ଟୀକାକରଣ ଡ୍ରାଇଭ୍ କାର୍ଯ୍ୟ କରାଯାଇଛି, ଯେଉଁଥିରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.