ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଅଭାବନୀୟ ଘଟଣା । ଶୌଚାଳୟ ପାଣି ପିଇ ଜଣେ 70 ବର୍ଷିୟା ମହିଳା ଓ ଜଣେ 3 ବର୍ଷର ବାଳିକାଙ୍କର ମୃତ୍ୟୁ ହୋଇଛି । ହ୍ୟାଣ୍ଡପମ୍ପରୁ ପ୍ରଦୂଷିତ ପାଣି ଯେଇଁଥିରେ କି ଶୌଚାଳୟର ପାଣି ମଧ୍ୟ ମିଶ୍ରିତ ରହିଥାଏ, ସେହି ପାଣି ପିଇବା ପରେ 2ଜଣଙ୍କ ମୃତ୍ୟୁ ଘଟିଛି । ତେବେ 2ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ପାନୀୟ ଜଳର ଯାଞ୍ଚ କରିଥିଲେ।
ତେବେ ବର୍ତ୍ତମାନ 5ଜଣ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ହ୍ୟାଣ୍ଡପମ୍ପ ନିକଟରେ ଥିବା ଶୌଚାଳୟରୁ ମଇଳା ପାଣି ଲିକ୍ ହୋଇ ପାନୀୟ ଜଳ ସହ ମିଶ୍ରିତ ହେଇଥିଲା ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ମିର୍ଜାପୁର ପିଡି ଗୁପ୍ତା । ତେବେ ଏନେଇ ଚିକିତ୍ସା ଚାଲିଛି ଓ ଲୋକଙ୍କୁ ଉପଯୁକ୍ତ ମେଡିସିନ ଦିଆଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣ ଅଛି କହିଛନ୍ତି ଗୁପ୍ତା ।
@ANI