ETV Bharat / bharat

ନ୍ୟୁଡ୍‌ ଫଟୋ ରଖି ବ୍ଲାକମେଲ କଲେ ଯୁବତୀ, ଛାତରୁ ଡେଇଁ ଜୀବନ ହାରିଲେ ଯୁବକ - ନ୍ୟୁଡ ଫଟୋ ରଖି ବ୍ଲାକମେଲ କଲେ ଇନଷ୍ଟା ଫ୍ରେଣ୍ଡ

ନ୍ୟୁଡ୍‌ ଫଟୋ ରଖି ବ୍ଲାକମେଲ କଲେ ଇନଷ୍ଟା ଫ୍ରେଣ୍ଡ । ସହି ନପାରି ଆତ୍ମହତ୍ୟା କଲେ ୧୯ ବର୍ଷୀୟ ଯୁବକ । ଅଧିକ ପଢନ୍ତୁ

ନ୍ୟୁଡ ଫଟୋ ରଖି ବ୍ଲାକମେଲ କଲେ ଇନଷ୍ଟା ଫ୍ରେଣ୍ଡ, ଛାତରୁ ଡେଇଁ ଜୀବନ ହାରିଲେ ଯୁବକ

author img

By

Published : Oct 14, 2022, 11:55 AM IST

ମୁମ୍ବାଇ: ସୋସିଆଲ ମିଡିଆରେ ଅଜଣା ଯୁବତୀଙ୍କ ସହ ବନ୍ଧୁତା ପଡିଲା ମହଙ୍ଗା । ନ୍ୟୁଡ୍‌ ଫୋଟୋ ରଖି ଟଙ୍କା ପାଇଁ ବ୍ଲାକମେଲ କଲେ ଯୁବତୀ । ବାରମ୍ବାର ବ୍ଲାକମେଲ ହେବା ପରେ ଶେଷରେ ଛାତରୁ ଡେଇଁ ଜୀବନ ହାରିଲେ ଯୁବକ । ପୁଣେ ଦତ୍ତାୱଡି(Dattawadi in Pune) ଅଞ୍ଚଳରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଜଣା ଯୁବତୀଙ୍କ ମାୟାଜାଲରେ ଫସି ଏଠାରେ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି ।

ସୂଚନା ମୁତାବକ, ମୃତ ଯୁବକ ଦତ୍ତାୱଡି ଅଞ୍ଚଳର ଅନନ୍ତ କୁମାର ସୋସାଇଟରେ ରହୁଥିଲେ । କିଛି ଦିନ ତଳେ ସେ ଇନଷ୍ଟାଗ୍ରାମରେ ପ୍ରୀତି ଯାଦବ ନାମକ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ଅନେକ ସମୟ ଧରି କଥାବାର୍ତ୍ତା ଚାଲିଥିଲା । ଯୁବତୀ ତାଙ୍କୁ ନିଜର ଉଲଗ୍ନ ଫଟୋ ମାଗିଥିଲେ । ଯୁବକ ମଧ୍ୟ ତାଙ୍କ କଥାରେ ଆସି ନିଜର କିଛି ଅର୍ଦ୍ଧ ନଗ୍ନ ଫଟୋ ସେୟାର କରିଥିଲେ । ଫଟୋ ପାଇବା ପରେ ଯୁବକଙ୍କୁ ଇନଷ୍ଟା ଫ୍ରେଣ୍ଡ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲେ ।

ଯୁବତୀ ପୀଡିତଙ୍କ ଠାରୁ ଟଙ୍କା ଦାବି କରିଥିଲେ । ନଚେତ୍ ତାଙ୍କର ସେହିସବୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ । ଏଥିରେ ଭୟଭୀତ ହୋଇ ଯୁବକ ତାଙ୍କୁ ଅନଲାଇନରେ ୪ ହଜାର ୫୦୦ ଟଙ୍କା ପଠାଇଥିଲେ । ହେଲେ ଯୁବତୀଙ୍କ ବ୍ଲାକମେଲ ବନ୍ଦ ନ ହେବାରୁ ଶେଷରେ ହତାଶ ହୋଇ ଯୁବକ ନିଜ ବିଲ୍ଡିଂ ଛାତରୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଆତଙ୍କ

ପୋଲିସର କହିବା ଅନୁଯାୟୀ, ''ଗତ ସେପ୍ଟେମ୍ବର ୩୦ରେ ଏହି ଘଟଣା ଘଟିଥିଲା । ମୃତ ଯୁବକ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ(Industrial Training Institute) ପାସ୍ ଆଉଟ କରିଥିଲେ । ସୋସିଆଲ ମିଡିଆରେ ଜଣେ ଅଜଣା ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଜଣକ ହ୍ବାର୍ଟ୍ସଆପରେ ଭିଡିଓ କଲ୍ କରି ନିଜର ପୋଷାକ ଖୋଲିଥିଲେ ଏବଂ ଯୁବକଙ୍କୁ ମଧ୍ୟ ସେପରି କରିବାକୁ କହିଥିଲେ । ଏହାପରେ ସେ ଯୁବକଙ୍କ ଅଶ୍ଲୀଳ ଭିଡିଓ ରେକର୍ଡିଂ କରି ତାଙ୍କ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.