ETV Bharat / bharat

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

author img

By

Published : Jun 18, 2023, 8:46 PM IST

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କଲା ଅନ୍ୟ ଜଣେ ଛାତ୍ର । ପ୍ରେମ ସମ୍ପର୍କିତ ବିବାଦରୁ ହତ୍ୟା ସନ୍ଦେହ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା
ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ କଲେଜ ଗେଟ ନିକଟରେ ସର୍ବସାଧାରଣରେ ଛୁରୀ ଭୁସି ହତ୍ୟା କରିଛନ୍ତି ସେହି କଲେଜର ଅନ୍ୟ ଜଣେ ଛାତ୍ର ଓ ତାର ସହଯୋଗୀ । ବିଶ୍ବବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ଥିବା ଆର୍ଯ୍ୟଭଟ୍ଟ କଲେଜରେ ଆଜି (ରବିବାର) ଅପରାହ୍ନରେ ଜଣେ ଛାତ୍ରଙ୍କୁ ଅନ୍ୟଜଣେ ଛାତ୍ର ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଛାତ୍ରଜଣକ ନିଖିଲ ଚୌହାନ ଓ ସେ ପଶ୍ଚିମ ବିହାରର ବାସିନ୍ଦା ବୋଲି ଜଣାପଡିଛି । ଆକ୍ରମଣ କରିଥିବା ଛାତ୍ର ଓ ତାର ଦୁଇ ସହଯୋଗୀ ଫରାର ହୋଇଯିବାରେ ସଫଳ ହୋଇଛନ୍ତି ।

  • A student was stabbed to death in Delhi University's South Campus. Preliminary investigation reveals that there was a fight between them. The accused has been identified and is being traced. Further investigation underway: Delhi Police pic.twitter.com/KrMx71oDT0

    — ANI (@ANI) June 18, 2023 " class="align-text-top noRightClick twitterSection" data=" ">

ପୋଲିସର ସୂଚନାନୁସାରେ, ମୃତ ଛାତ୍ର 19 ବର୍ଷୀୟ ନିଖିଲ ସ୍କୁଲ ଅଫ୍ ଓପନ୍ ଲର୍ନିଂରେ ବିଏ (ଅନର୍ସ) ପଲିଟିକାଲ ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବେ କଲେଜର ଅନ୍ୟ ଜଣେ ଛାତ୍ର ନିଖିଲଙ୍କ ଗର୍ଲଫ୍ରେଣ୍ଡ ସହିତ ଅସଦାଚରଣ କରିଥିଲା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଉକ୍ତ ଦିନ ଗଣ୍ଡଗୋଳ ହୋଇଥିଲା । ଆଜି ପ୍ରାୟ ମଧ୍ୟାହ୍ନ 12ଟାରେ ଅଭିଯୁକ୍ତ ତାର 2 ସହଯୋଗୀଙ୍କ ସହ ଆସି ନିଖିଲଙ୍କୁ କଲେଜ ଗେଟ ନିକଟକୁ ଡାକିଥିଲା । ନିଖିଲ ଓ ଅଭିଯୁକ୍ତ ମଧ୍ୟରେ ବଚସା ହେବା ପରେ ନିଖିଲଙ୍କୁ ଅତର୍କିତ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ଓ ତାର ସହଯୋଗୀ ।

ଆକ୍ରମଣ ପରେ ଛାତ୍ରଙ୍କୁ କିଛି ସ୍ଥାନୀୟ ଲୋକେ ଓ ଅନ୍ୟ ଛାତ୍ର ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୋଲିସ ହସ୍ପିଟାଲରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

ଅଭିଯୁକ୍ତ ଓ ତାର ସହଯୋଗୀଙ୍କୁ ଚିହ୍ନଟ କରାଯାଇ ସାରିଛି । ହତ୍ୟାକାଣ୍ଡ ସ୍ଥାନ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଉଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି । ତେବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଙ୍କୁ ହତ୍ୟା ନେଇ ଦିଲ୍ଲୀରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଆମ ଆଦମୀ ପାର୍ଟି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ଉପରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପୋଲିସ ବ୍ୟବସ୍ଥାକୁ ଟାର୍ଗେଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.