ETV Bharat / bharat

କେରଳରେ 19 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 57 ବୃଦ୍ଧି ହେଲା ସଂଖ୍ୟା

କେରଳରେ 19 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । 11 ଜଣ ଏର୍ଣ୍ଣାକୁଲାମରୁ ହୋଇଥିବା ବେଳେ ଥିରୁଅନନ୍ତପୁରମରୁ 6 ଏବଂ ଥ୍ରୁସୁର ଏବଂ କନ୍ନୁରରୁ ଜଣେ ଲେଖାଏଁ ଚିହ୍ନଟ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

କେରଳରେ 19 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 57 ବୃଦ୍ଧି ହେଲା ସଂଖ୍ୟା
କେରଳରେ 19 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 57 ବୃଦ୍ଧି ହେଲା ସଂଖ୍ୟା
author img

By

Published : Dec 27, 2021, 6:37 AM IST

ଥିରୁଅନନ୍ତପୁରମ୍: କେରଳରେ 19 ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 57 ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ସମ୍ନାକୁ ଆସିଥିବା 19 ଟି ମାମଲା ମଧ୍ୟରୁ 11 ଟି ଏର୍ଣ୍ଣାକୁଲାମରୁ ଚିହ୍ନଟ ହୋଇଥିବା ବେଳେ ରାଜଧାନୀଥିରୁଅନନ୍ତପୁରମରୁ 6 ଏବଂ ଥ୍ରୁସୁର ଏବଂ କନ୍ନୁରରୁ ଜଣେ ଲେଖାଏଁ ଚିହ୍ନଟ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ବ୍ରିଟେନ ଏବଂ ୟୁଏଇରୁ, ୨ ଜଣ କାତାର ଏବଂ ଆୟର୍ଲାଣ୍ଡରୁ, ସ୍ପେନ, କାନାଡା, ନେଦରଲ୍ୟାଣ୍ଡ ଏବଂ ଘାନାରୁ ଜଣେ ଲେଖାଏଁ କେରଳ ଫେରିଥିବା ସରକାରୀ ଭାବେ କୁହାଯାଇଛି । ସେହିପରି ଅବଶିଷ୍ଟ ତିନିଜଣ ସଂକ୍ରମିତଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି ।

ରାଜ୍ୟରେ ଓମିକ୍ରନ୍ ମାମଲାର ଅହେତୁକ ବୃଦ୍ଧି ହେତୁ ସ୍ବାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଛି । ସର୍ବସାଧାରଣ ସ୍ଥାନରେ ସଠିକ୍ ଭାବରେ ମାସ୍କ ପିନ୍ଧିବା ଉଚିତ୍, ସାମାଜିକ ଦୂରତା ସମେତ ସମସ୍ତ କୋଭିଡ ପ୍ରୋଟୋକଲ୍ ଅନୁସରଣ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସେହିପରି ଯେଉଁମାନେ ଟୀକା ଗ୍ରହଣ କରିନାହାଁନ୍ତି, ସେମାନେ ତୁରନ୍ତ ଟିକା ପ୍ରଦାନ କରିବା ପାଇଁ ମଧ୍ୟ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି । ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସଙ୍ଗରୋଧ ଓ ଟେଷ୍ଟିଂ ଉପରେ ଧ୍ୟାନ ଦେବାକୁ ସ୍ଥାନୀୟ ପ୍ରଶାସନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.