ETV Bharat / bharat

ଆଜି 18ତମ ASEAN-India ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ - ନରେନ୍ଦ୍ର ମୋଦି

ଭିଡିଓ କନଫରେନ୍ସିଂ ମାଧ୍ୟମରେ 18ତମ ASEAN-ଭାରତ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

18ତମ ASEAN-India ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

author img

By

Published : Oct 28, 2021, 7:37 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ 18ତମ ASEAN-ଭାରତ ସମ୍ମିଳନୀରେ ଯୋଗଦେବେ । ପୂର୍ବ ଏସିଆ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତ ପୂର୍ବ ଏସିଆ ସମ୍ମିଳନୀକୁ ମଜବୁତ କରିବା ସହ ସମସାମୟିକ ଆହ୍ବାନର ମୁକାବିଲା ପାଇଁ ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ ପ୍ରତିଶ୍ରୁତିବଦ୍ଧ ।

18ତମ ASEAN-ଭାରତ ସମ୍ମିଳନୀରେ ମୋଦି ASEAN-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପର ସ୍ଥିତି ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ବ୍ରୁନେଇର ସୁଲତାନଙ୍କ ନିମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଭାଗ ନେଉଛନ୍ତି । ଏଥିରେ କୋଭିଡ -19, ସ୍ୱାସ୍ଥ୍ୟ, ବାଣିଜ୍ୟ, ସଂଯୋଗୀକରଣ, ଶିକ୍ଷା ଏବଂ ସଂସ୍କୃତି ସମେତ ପ୍ରମୁଖ କ୍ଷେତ୍ରରେ ଅଗ୍ରଗତି ଉପରେ ଆଲୋଚନା କରାଯିବ । ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ସହିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ମଧ୍ୟ ଆଲୋଚନା କରାଯିବ ।

ASEAN-ଭାରତ ସମ୍ମିଳନୀ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏବଂ ଏହା ଭାରତ ଓ ASEAN କୁ ସର୍ବୋଚ୍ଚସ୍ତରରେ ଯୋଗଦେବା ପାଇଁ ସୁଯୋଗ ପ୍ରଦାନ କରେ । ନଭେମ୍ବର 2020 ରେ ଆୟୋଜିତ ହୋଇଥିବା 17ତମ ASEAN-ଭାରତ ସମ୍ମିଳନୀରେ ମଧ୍ୟ ମୋଦି ଯୋଗ ଦେଇଥିଲେ । ମୋଦି ଯୋଗ ଦେଇଥିବା ସର୍ବଶ୍ରେଷ୍ଠ ସଂସ୍କରଣ ହେଉଛି ୯ମ ସଂସ୍କରଣ ।

ତେବେ ପୂର୍ବ ଏସିଆ ସମ୍ମିଳନୀ ହେଉଛି ଭାରତ-ପ୍ରଶାନ୍ତ ମହାସାଗରରେ ଅଗ୍ରଣୀ ନେତାଙ୍କ ନେତୃତ୍ୱାଧୀନ ଫୋରମ୍ । 2005 ରେ ଏହାର ଆରମ୍ଭ ହୋଇଥିଲା । ଏହା ପୂର୍ବ ଏସିଆର ରଣନୈତିକ ଏବଂ ଭୌଗୋଳିକ ବିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । 10 ଟି ASEAN ସଦସ୍ୟ ରାଷ୍ଟ୍ର ବ୍ୟତୀତ ପୂର୍ବ ଏସିଆ ସମ୍ମିଳନୀରେ ଭାରତ, ଚୀନ୍, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା ଏବଂ ଋଷ ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.