ETV Bharat / bharat

ଚଳିତବର୍ଷ ଘାଟିରେ ପ୍ରାଣ ହରାଇଛନ୍ତି 3 କାଶ୍ମୀର ପଣ୍ଡିତଙ୍କ ସମେତ 14 ସଂଖ୍ୟାଲଘୁ

author img

By

Published : Dec 7, 2022, 5:36 PM IST

ଘାଟିରେ ଚଳିତବର୍ଷ ଘଟିଛି 123 ଆତଙ୍କୀ ଆକ୍ରମଣ । ଯାଇଛି 3 କାଶ୍ମୀର ପଣ୍ଡିତଙ୍କ ସମେତ 14 ସଂଖ୍ୟାଲଘୁଙ୍କ ଜୀବନ (MoS Home Nityanand Rai on anti terrorist operation)। ନିପାତ ହୋଇଛନ୍ତି 180 ଆତଙ୍କବାଦୀ । ଅଧିକ ପଢନ୍ତୁ

ଚଳିତବର୍ଷ ଘାଟିରେ ପ୍ରାଣ ହରାଇଛନ୍ତି 3 କାଶ୍ମୀର ପଣ୍ଡିତଙ୍କ ସମେତ 14 ସଂଖ୍ୟାଲଘୁ
ଚଳିତବର୍ଷ ଘାଟିରେ ପ୍ରାଣ ହରାଇଛନ୍ତି 3 କାଶ୍ମୀର ପଣ୍ଡିତଙ୍କ ସମେତ 14 ସଂଖ୍ୟାଲଘୁ

ହାଇଦ୍ରାବାଦ: 2018 ତୂଳନାରେ 2021 ରେ ହ୍ରାସ ପାଇଛି ଆତଙ୍କୀ ହାମଲା । 2018 ରେ ଏହି ଆକ୍ରମଣ ଘଟଣା ସଂଖ୍ୟା 417 ଥିବା ବେଳେ ଗତବର୍ଷ (2021) ଏହି ସଂଖ୍ୟା 229କୁ ହ୍ରାସ ପାଇଛି (MoS Home Nityanand Rai on anti terrorist operation)। ସେହିପରି ଚଳିତବର୍ଷ (ଜାନୁ୍‌ଆରୀରୁ ନଭମ୍ବର ମଧ୍ୟରେ) ଘାଟିରେ ଆତଙ୍କୀ ଆକ୍ରମଣ ଘଟଣାରେ ମୋଟ 3କାଶ୍ମୀର ପଣ୍ଡିତଙ୍କ ସମେତ ମୋଟ 14ଜଣ ସଂଖ୍ୟାଲଘୁ ପ୍ରାଣ ହରାଇଛନ୍ତି । ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ଏହି ସୂଚନା ସହ ଅବଗତ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

  • There has been a substantial decline in terrorist attacks from 417 in 2018 to 229 in 2021. 14 persons belonging to minorities including 3 Kashmiri Pandits have been killed in UT of Jammu and Kashmir from January 2022 to 30th November 2022: MoS Home Nityanand Rai

    — ANI (@ANI) December 7, 2022 " class="align-text-top noRightClick twitterSection" data=" ">

ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରାୟ କହିଛନ୍ତି, ଚଳିତବର୍ଷ ଆତଙ୍କବାଦୀ ଆକ୍ରମଣରେ ମୋଟ 14 ଜଣ ସଂଖ୍ୟାଲଘୁ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ 3କାଶ୍ମୀର ପଣ୍ଡିତ ରହିଛନ୍ତି । ସେହିପରି ଏକାଧିକ ଆତଙ୍କୀ ନିରୋଧୀ ଅପରେସନରେ ମଧ୍ୟ ସୁରକ୍ଷାବଳକୁ ସଫଳତା ମିଳିଛି ।

  • 180 terrorists have been killed in Jammu and Kashmir in encounters with security personnel this year (till November 2022): MoS Home Nityanand Rai

180 ଆତଙ୍କୀଙ୍କୁ ନିପାତ କରିବାରେ (180 terrorists killed in JK this year) ସୁରକ୍ଷାବଳ ସକ୍ଷମ ହୋଇଛନ୍ତି । ସେହିପରି ଜମ୍ମୁ କାଶ୍ମୀରରେ ମୋଟ 123ଟି ଆତଙ୍କୀ ହିଂସା ଘଟିଛି । ଯେଉଁଥିରେ 31 ସୁରକ୍ଷାକର୍ମୀ ଓ 31 ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଘାଟିରେ ସାଧାରଣ ଲୋକ, ସଂଖ୍ୟାଲଘୁ, ଅଣସ୍ଥାନୀୟଙ୍କ ସୁରକ୍ଷା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଘାଟିରେ ସୁରକ୍ଷା ବଳ ମୁତୟନ ବଢାଯାଇଥିବା ଗୃହକୁ ଅବଗତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.