ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହୋଇଯାଉଛି ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ । ଦିନକୁ ଦିନ ଦଳ ଉପରେ ଆସ୍ଥା ହରାଉଛନ୍ତି ନେତା । ଆଉ ଜଣଙ୍କ ପରେ ଜଣେ ବିଧାୟକ ଛାଡୁଛନ୍ତି କଂଗ୍ରେସର ହାତ । ତେବେ 2016ରୁ 2020 ମଧ୍ୟରେ ହୋଇଥିବା ନିର୍ବାଚନରେ କଂଗ୍ରେସର 170 ବିଧାୟକ ଅନ୍ୟଦଳରେ ସାମିଲ ହୋଇଥିବା ନେଇ ଏଡିଆର ରିପୋର୍ଟରେ ହୋଇଛି ଖୁଲାସା ।
ସେପଟେ ରିପୋର୍ଟ ଅନୁଯାୟୀ, ଏହି 4 ବର୍ଷ ମଧ୍ୟରେ ବିଜେପିର 18 ବିଧାୟକ ଅନ୍ୟଦଳରେ ସାମିଲ ହୋଇଯାଇଛନ୍ତି । ଏଡିଆରର ଏହି ରିପୋର୍ଟରେ କୁହାଯାଇଛି ଯେ ନିର୍ବାଚନୀ ମୈଦାନରେ ଓହ୍ଲାଇଥିବା 405 ବିଧାୟକଙ୍କ ମଧ୍ୟରୁ 182 ବିଜେପିରେ ସାମିଲ ହୋଇଥିବା ବେଳେ 28 ବିଧାୟକ କଂଗ୍ରେସରେ ଓ 25 ବିଧାୟକ ତେଲେଙ୍ଗାନା ରାଷ୍ଟ୍ରସମିତି ଦଳରେ ଦେଇଥିଲେ ଯୋଗ ।
ରିପୋର୍ଟ ଅନୁଯାୟୀ, 2019 ଲୋକସଭା ନିର୍ବାଚନ ସମୟରେ 5 ଜଣ ସାଂସଦ ବିଜେପି ଛାଡି ଅନ୍ୟ ଦଳରେ ସାମିଲ ହୋଇଥିଲେ । ସେହିପରି 2016ରୁ 2020ରେ କଂଗ୍ରେସର 170 ବିଦାୟକ ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପିର ମାତ୍ର 18 ବିଦାୟକ ଅନ୍ୟଦଳରେ ହାତ ମିଳାଇଥିବା ଜଣାପଡିଛି ।