ETV Bharat / bharat

ଚିନ୍ତା ବଢାଇଲା ବ୍ଲାକ ଫଙ୍ଗସ, ମହାରାଷ୍ଟ୍ରରୁ 1500 ଆକ୍ରାନ୍ତ ଚିହ୍ନଟ

author img

By

Published : May 14, 2021, 8:27 AM IST

ମହାରାଷ୍ଟ୍ରରେ 1500 କୋରୋନା ରୋଗୀ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଛନ୍ତି । ବଢୁଥିବା ମାମଲାକୁ ଦେଖି କେନ୍ଦ୍ର ସରକାର ଏହାର ଚିକିତ୍ସା ପାଇଁ ବ୍ୟବହୃତ ମେଡିସିନର ମୂଲ୍ୟ ହ୍ରାସ କରିବା ଉଚିତ୍ ବୋଲି କହିଲେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

 black fungus
black fungus

ମୁମ୍ବାଇ: କୋରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ । ମହାରାଷ୍ଟ୍ରରେ ବହୁସଂଖ୍ୟକ କୋରୋନା ରୋଗୀ ଏବେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, କେନ୍ଦ୍ର ସରକାର ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ହ୍ରାସ କରିବା ଉଚିତ୍ ।

ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ 6ଟି ଅଧିକ କୋରୋନା ପ୍ରବଣ ରାଜ୍ୟଗୁଡିକର ସ୍ବାସ୍ଥ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକ ପରେ ରାଜେଶ ଟୋପେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ମହାରାଷ୍ଟ୍ରରେ 1500 କୋରୋନା ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ ମାମଲା ଦେଖାଦେଇଛି । ଦୁର୍ବଳ ଇମ୍ୟୁନ ସିଷ୍ଟମ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସର ଆଶଙ୍କା ଅଧିକ ରହିଛି ।

ସେପଟେ ଆମ୍ଫୋଟେରିସିନ-ବି ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବାବେଳେ ଏହାର ମୂଲ୍ୟ ଖୁବ୍ ଅଧିକ ରହିଛି । ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ 6 ହଜାର ଟଙ୍କା ହୋଇଥିବାବେଳେ ଅନେକ ରୋଗୀଙ୍କ କ୍ଷେତ୍ରରେ 20 ରୁ 60 ଡୋଜର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ର ସରକାର ଏହି ଔଷଧର ମୂଲ୍ୟ ହ୍ରାସ କରିବା ସହ ଏହାର କଳାବଜାର ରୋକିବା ଦିଗରେ କାର୍ଯ୍ୟ କରିବା ଦରକାର । ଏଥିସହ ରାଜ୍ୟଗୁଡିକ ଏହି ମେଡିସିନର ମୂଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମୁଁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟିକୁ ମଧ୍ୟ ଏକ ଚିଠି ଲେଖିସାରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏପରିକି କେନ୍ଦ୍ର ମଧ୍ୟ ଫାର୍ମା କମ୍ପାନୀଗୁଡିକୁ ଏହି ମେଡିସିନ ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.