ETV Bharat / bharat

ହାଇଦ୍ରାବାଦରେ ଲଜ୍ଜା, ଭାଇ ସମ୍ମୁଖରେ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ - ଭାଇ ସମ୍ମୁଖରେ ଭଉଣୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ।

15 ବର୍ଷର ନାବାଳିକାକୁ ଛୁରୀ ଦେଖାଇ ଗଣଦୁଷ୍କର୍ମ କଲେ ତିନି ଯୁବକ । ହାଇଦ୍ରାବାଦରେ ଘଟିଛି ଏହି ଲଜ୍ଜା ଜନକ ଘଟଣା। ଅଧିକ ପଢନ୍ତୁ

15 years girl was gang raped by three men

author img

By

Published : Aug 22, 2023, 10:14 AM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ଲୋମଟାଙ୍କୁରା ଘଟଣା । ଭାଇ ସମ୍ମୁଖରେ ଭଉଣୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ । 15 ବର୍ଷର ନାବାଳିକାକୁ ଛୁରୀ ଦେଖାଇ ଗଣଦୁଷ୍କର୍ମ କଲେ ତିନି ଯୁବକ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ ।

ପୋଲିସର କହିବା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କ ବାପାଙ୍କର କିଛି ଦିନ ହେଲା ମୃତ୍ୟୁ ହୋଇଥିଲା । ଏହାପରେ ଗତ 15 ଦିନ ତଳେ ପୀତା ତାଙ୍କ ସାନ ଭାଇଙ୍କ ସହ ହାଇଦ୍ରାବାଦ ଲାଲବଜାରରୁ ମୀରପେଟକୁ ଆସିଥିଲେ । ତାଙ୍କ ବଡ ଭଉଣୀ ଓ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଦିଲସୁଖନଗରର ଏକ ପୋଷାକ ଦୋକାନରେ ପୀଡିତାଙ୍କ ଭଉଣୀ କାମ କରୁଥିଲେ ।

ସୋମବାର ସକାଳ 9ଟା ସମୟରେ ପୀଡିତା ତାଙ୍କ ଭାଇ ଓ ଅନ୍ୟ ତିନି ଜଣେ ଘରେ ଥିବା ବେଳେ 8ଜଣ ଯୁବକ ନିଶା ସେବନ କରି ଘର ମଧ୍ୟରେ ପ୍ରବେଶ କରିଥିଲେ । ଏହାପରେ ନାବାଳିକା ଜଣଙ୍କ ଘରର ଉପର ମହଲାକୁ 4ଜଣ ଯୁବକ ଉଠାଇ ନେଇଥିଲେ । ପୀଡିତାଙ୍କ ଭାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କୁ ଧମକ ଦେଇ ଉପର ମହଲାକୁ ଛାଡ଼ି ନଥିଲେ ।

ଏହା ମଧ୍ୟ ପଢନ୍ତୁ-MP Rape Case: ମନ୍ଦିର କମିଟି କର୍ମଚାରୀଙ୍କ ପାଶବିକତା ! ନାବାଳିକାକୁ ଗଣଦୁଷ୍କର୍ମ, ପୁଣି ସାମ୍ନାକୁ ଆସିଲା ନିର୍ଭୟା କାଣ୍ଡ

ତିନି ଯୁବକ ନାବାଳିକାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ପରେ ଗଣଦୁଷ୍କର୍ମ କରିଥିଲେ । କିନ୍ତୁ କୌଶଳ କ୍ରମେ ନାବାଳିକା ଜଣଙ୍କ ଚିତ୍କାର କରି ସେଠାରୁ ଖସି ପଳାଇ ଆସିଥିଲେ । ଏହାପରେ ବଡ଼ ଉଭଣୀଙ୍କୁ ପୁରା ଘଟଣା ସମ୍ପର୍କରେ କହିବା ପରେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ମୀରପେଟ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ । ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଯାଇ ଥିଲା । ଡାକ୍ତରୀ ମାଇନା ପରେ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇଛି ।

ନିକଟରେ ବିହାରରୁ ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଥିଲା । ଜଣେ 13 ବର୍ଷୀୟା ନାବାଳିକାକୁ ଅପହରଣ କରି ଦୀର୍ଘ 28 ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମୁଜାଫରପୁରରେ ଏହି ଘଟଣା ଘଟିଥିଲା । 6 ଜଣ ଅଭିଯୁକ୍ତ ଏପରି କାଣ୍ଡ କରିଥିବା ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଜୁଲାଇ 28 ତାରିଖରେ ମଧ୍ୟପ୍ରଦେଶ ସତନା ଜିଲ୍ଲା ମାଇହାରଠାରେ ଜଣେ 10ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ମନ୍ଦିର କର୍ମକର୍ତ୍ତା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଥିବା ମଧ୍ୟ ଜଣାପଡ଼ିଥିଲା । ଥାନାରେ ଅଭିଯୋଗ ପରେ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.