ନୂଆଦିଲ୍ଲୀ: ସୁରତ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 15 ଶ୍ରମିକ ମୃତ୍ୟୁ ଘଟଣା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ । ଶୋକସନ୍ତପ ପରିବାକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁରୋଗ୍ୟ କାମନା କରିଛନ୍ତି ମୋଦି । ଏହାସହ ପ୍ରତି ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ 50 ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୋଦି । ଏହି କ୍ଷତିପୂରଣ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଯୋଗାଇ ଦିଆଯିବ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକ ପରିବାରକୁ 2 ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଘୋଷଣା କରିଛନ୍ତି ।
ସେପଟେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଶ୍ରମିକ ରାଜସ୍ଥାନ ହୋଇଥିବାବେଳେ ଏଥିରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହା ସହ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ସୁସ୍ଥତା କାମନା କରିଛନ୍ତି ଗେହଲଟ । ଏପରିକି ମୃତକ ପରିବାରକୁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିବା ସହ ଗୁରୁତରଙ୍କୁ 50 ଟଙ୍କା ସହାୟତା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଗୁଜୁରାଟ କୋସମ୍ବାରେ ଏକ ଡମ୍ଫର ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ରାସ୍ତାକଡରେ ଶୋଇଥିବା ଅବସ୍ଥାରେ ଟ୍ରକ ଚଢି 15 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି । ସମସ୍ତ ଶ୍ରମିକ ରାଜସ୍ଥାନର ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ