ETV Bharat / bharat

15 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, ପଦକ୍ଷେପ ପାଇଁ କେନ୍ଦ୍ରର ସହୟତା ମାଗିଲେ ଷ୍ଟାଲିନ - ଶ୍ରୀଲଙ୍କା ନୌସେନା

ପୁଣି ତାମିଲନାଡୁ ଉପକୂଳରୁ 15 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେଲା ଶ୍ରୀଲଙ୍କା ନୌସେନା । ପଦକ୍ଷେପ ନେବାକୁ କେନ୍ଦ୍ରକୁ ତାମିଲନାଡୁ ସରକାରଙ୍କ ନିବେଦନ (15 fishermen arrested by Sri Lankan Navy)। ବାରମ୍ବାର ଶ୍ରୀଲଙ୍କାର ଏପରି କାର୍ଯ୍ୟାନୁଷ୍ଠାନରେ ହନ୍ତସନ୍ତ ତାମିଲନାଡୁ ମତ୍ସ୍ୟଜୀବୀ ସଂଘ । ଅଧିକ ପଢନ୍ତୁ

15 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

author img

By

Published : Nov 7, 2022, 8:59 PM IST

ଚେନ୍ନାଇ: ପୁଣି ଶ୍ରୀଲଙ୍କା ସେନାର ଦାଦାଗିରି । ଅନ୍ତର୍ଜାତୀୟ ଜଳ ସୀମା ଉଲଙ୍ଘନ ଅଭିଯୋଗରେ ତାମିଲନାଡୁ ଉପକୂଳରୁ 15 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଛି ଶ୍ରୀଲଙ୍କା ନୌସେନା । ନଭେମ୍ବର 5 ତାରିଖରେ ଶ୍ରୀଲଙ୍କା ପକ୍ଷରୁ ଏହି ଗିରଫଦାରୀ ହୋଇଥିବା ଜଣାପଡିଛି (15 fishermen arrested by Sri Lankan Navy)। ତେବେ ଏହା ପ୍ରଥମ ଥର ନୁହେଁ ବରଂ ଏକାଧିକ ଥର ଶ୍ରୀଲଙ୍କା ନୌସେନା ଏପରି ଅଭିଯୋଗରେ ବହୁ ଭାରତୀୟ ତଥା ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେବା ଘଟଣାରେ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଉଦବେଗ ପ୍ରକାଶ କରିଛି ।

  • The 15 fishermen were arrested by the Sri Lankan Navy on November 5

    — ANI (@ANI) November 7, 2022 " class="align-text-top noRightClick twitterSection" data=" ">

ଏନେଇ ମତ୍ସ୍ୟଜୀବୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ଅନ୍ୟପଟେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଥିବା ବେଳେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ତାମିଲନାଡୁ ସରକାର ନିବେଦନ କରିଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଗିରଫ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଛାଡିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଶ୍ରୀଲଙ୍କା ସହ କଥାବାର୍ତ୍ତା କରୁ ବୋଲି ଷ୍ଟାଲିନ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି ।

କେବଳ ଗୋଟିଏ ଘଟଣା ନୁହେଁ । ନିକଟ ଅତୀତରେ ମଧ୍ୟ ଶ୍ରୀଲଙ୍କା ସେନା ବାରମ୍ବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାମିଲନାଡୁ ଉପକୂଳ ସଲଗ୍ନ ବଙ୍ଗୋପସାଗରରେ ଭାରତ- ଶ୍ରୀଲଙ୍କା ଅନ୍ତର୍ଜାତୀୟ ଜଳସୀମାରେ ପ୍ରବେଶ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କରିଥାଏ । ଏବେ ମଧ୍ୟ ବହୁ ଭାରତୀୟ ମତ୍ସ୍ୟଜୀବୀ ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ମତ୍ସ୍ୟଜୀବୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.