ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କୁ ପଥରମାଡ(Pelting stones at security forces) । ଶ୍ରୀନଗରର ନାଓଗାମ ଅଞ୍ଚଳରେ ଏହି ପଥରମାଡ ହୋଇଛି । ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଯାହା ସୂଚନା ରହିଛି, ସୁରକ୍ଷାକର୍ମୀମାନେ ନାଓଗାମରେ ତିନି ଜଣ ଆତଙ୍କୀଙ୍କୁ ଗୁଳି କରି ନିପାତ କରିଥିଲେ । ଏହି ଏନକାଉଣ୍ଟର ପରେ ଆତଙ୍କବାଦୀଙ୍କ କୌଣସି ବିସ୍ଫୋରକ ସାମଗ୍ରୀ ସେଠାରେ ରହିଯାଇଥିବାର ସନ୍ଦେହ କରାଯାଇଥିଲା । ତେଣୁ ସ୍ଥାନୀୟ ନାଗରିକଙ୍କ ସୁରକ୍ଷା ପାଇଁ ଉକ୍ତ ଅଞ୍ଚଳକୁ ସଫାସୁତୁରା କରାଯାଉଥିଲା । ଏହି ସମୟରେ କିଛି ଯୁବଗୋଷ୍ଠୀ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।
ପୋଲିସର ସୂଚନା ଅନୁଯାୟୀ, ମାର୍ଚ୍ଚ ୧୬ ତାରିଖ ଦିନ ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କୀ ପ୍ରାଣ ହରାଇଥିଲେ । ଏହାପରେ ନାଗରିକଙ୍କ ସୁରକ୍ଷା ପାଇଁ ଉକ୍ତ ଅଞ୍ଚଳରେ ସଫା କରାଯାଉଥିଲା । ସଫେଇ କାର୍ଯ୍ୟ ଶେଷ ନ ହେବା ଯାଏଁ ଏନକାଉଣ୍ଟର ସ୍ଥଳରୁ ଦୂରେଇ ରହିବାକୁ ଏକ ସାଇନବୋର୍ଡ ମଧ୍ୟ ଲଗାଯାଇଥିଲା । ଏହି ସମୟରେ ବହୁସଂଖ୍ୟକ ଯୁବକ ହାତରେ ଲାଠି ଏବଂ ପଥର ଧରି ସେଠାରେ ପହଞ୍ଚିଥିଲେ ଏବଂ ସଫେଇରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଅଚାନକ ପଥରମାଡ କରିବା ଆରମ୍ଭ କରିଥିଲେ । ଏନେଇ ନାଓଗାମ ଥାନାରେ ମାମଲା ରୁଜୁ ହେବା ପରେ ୧୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି ।
@ANI