ETV Bharat / bharat

ଅଳ୍ପ ବୟସରେ ବଡ ଉପଲବ୍ଧି, ଯୋଗରେ ଗୀତଙ୍କୁ ଆନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ଡକ୍ଟରେଟ - ଯୋଗରେ ଡକ୍ଟରେଟ

ଯୋଗ ଉପରେ ଗବେଷଣା କରୁଛନ୍ତି ମହାରାଷ୍ଟ୍ର ନାସିକର 14 ବର୍ଷୀୟା ଗୀତ ପାଟନୀ । ଦୁଇଟି ଆନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟ କଲମ୍ବିଆ ଓ ଘାନାରୁ ଡକ୍ଟରେଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଯୋଗରେ ଗୀତଙ୍କ ଆନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟ ଡକ୍ଟରେଟ

author img

By

Published : Oct 13, 2022, 4:04 PM IST

ମୁମ୍ବାଇ: ଗୀତ ପାଟନୀ । ବୟସ 14 ବର୍ଷ । ଅଳ୍ପ ବୟସରେ ବଡ ଉବଲବ୍ଧି। ଯୋଗ ଉପରେ ଗବେଷଣା କରୁଛନ୍ତି ମହାରାଷ୍ଟ୍ର ନାସିକର ଏହି 14 ବର୍ଷୀୟା ଗୀତ ପାଟନୀ। ଖାଲି ସେତିକି ନୁହେଁ ଏ ନେଇ ଦୁଇଟି ଆନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟ କଲମ୍ବିଆ ଓ ଘାନାରୁ ଡକ୍ଟରେଟ ମଧ୍ୟ ହାସଲ କରିଛନ୍ତି। କମ୍ ବୟସରୁ ଆନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟରୁ ଡକ୍ଟରେଟ ହାସଲ କରିବା ନେଇ ଦେଶରେ ପରିଚୟ ସୃଷ୍ଟି କରିଛନ୍ତି ।

ଯୋଗ ଗବେଷଣାରେ ଆନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟରୁ ଡକ୍ଟରେଟ ପାଇଛନ୍ତି ଗୀତ ପାଟନୀ

ନାସିକର ନିର୍ମଳା କନଭେଟ ସ୍କୁଲରେ ନବନ ଶ୍ରେଣୀରେ ପଢନ୍ତି ଗୀତ । ବାପା ପରାଗ ପାଟନୀ ଓ ମାଆ କାଜଲ ପାଟନୀ ଉଭୟ ଡାକ୍ତର । ସେମାନେ ଫିଟନେସକୁ ଅଧିକ ଗୁରୁତ୍ବ ଦିଅନ୍ତି । ପିଲାଟି ଦିନୁ ଯୋଗ ପ୍ରତି ଗୀତଙ୍କ ଇଚ୍ଛା ପ୍ରକାଶ ପାଇଥିଲା । ସେ ଯୋଗରେ ଓସ୍ତାଦ ହୋଇଗଲେ । ଅନ୍ୟକୁ ଯୋଗ ଶିଖାଇଲେ ଯୋଗ କ୍ଲାସ ମଧ୍ୟ କରନ୍ତି । କୋରୋନା ସମୟରେ ଯୋଗ କ୍ଲାସ ନେଉଥିବା ସମୟରେ ପିଲାମାନେ ଅଧିକ ଫୋନ ବ୍ୟବହାର କରୁଥିବା ଦେଖିବାକୁ ପାଇଥଲେ । ଅନଲାଇନରେ ପାଠପଢା ବାହାନାରେ ଅଧିକ ଫୋନ ବ୍ୟବହାର କରୁଥିଲେ ଯାହା ଶରୀର ଉପରେ ଖରାପ ବ୍ୟବହାର ପକାଇଥାଏ । ଏହାପରେ ସେ ଏକ ଗବେଷଣା ଆରମ୍ଭ କରିଥିଲେ । ଏହା ଉପରେ ଏକ ଥିଏସ୍ ପ୍ରସ୍ତୁତ କରି ଏହାକୁ ବିଶ୍ବର 7ଟି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଦାଖଲ କରିଥିଲେ । ଦୁଇଟି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କଲମ୍ବିଆ ଏବଂ ଘାନା, ଗୀତଙ୍କ ଗବେଷଣାକୁ ସ୍ୱୀକୃତି ଦେଇ ତାଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଆଜି ତାଙ୍କ ପରିବାର ଗର୍ବିତ ।

ଏହା ବି ପଢନ୍ତୁ...ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍ତରାଖଣ୍ଡ ପ୍ରଫେସର

ପିଲାଟି ଦିନୁ ଯୋଗକୁ ଭଲ ପାଉଥିଲେ ଗୀତ । ବର୍ତ୍ତମାନ ସେ ଜଣେ ଦକ୍ଷ ଯୋଗ ଗୁରୁ ହୋଇ ପାରିଛନ୍ତି । 100 ଲୋକଙ୍କୁ ଯୋଗ ଶିଖାଉଛନ୍ତି । ଶରୀରକୁ ସୁସ୍ଥ ଓ ଫିଟ ରଖିବାକୁ ସମସ୍ତଙ୍କୁ ଯୋଗ କରିବା ଦରକାର । ମୋ ବାପାମାଆଙ୍କ ପ୍ରେରଣା ଓ ମୋର ପ୍ରୟାସ ପାଇଁ ଆନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟରୁ ଡକ୍ଟରେଟ ପାଇଥିବା ନେଇ ବେଶ ଖୁସି ଥିବା କୁହନ୍ତି ଗୀତ । ଗୀତ ଅନେତ ପୁରସ୍କାର ମଧ୍ୟ ପାଇଛନ୍ତି । ଝିଅର ସଫଳତା ପାଇଁ ଗର୍ବିତ ବୋଲି କୁହନ୍ତି ଗୀତଙ୍କ ବାପା ପରାଗ ପାଟନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.