ନୂଆଦିଲ୍ଲୀ:କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ଦେଶ । ବୁଧବାର ବ୍ରିଟେନ ଫେରନ୍ତା ଆଉ 14ଜଣ କେରୋନାର ନୂତନ ଷ୍ଟ୍ରେନ ସହିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଦେଶରେ ମୋଟ 20ଜଣ କୋରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
ଚିହ୍ନଟ ହୋଇଥିବା 20ଜଣଙ୍କ ମଧ୍ୟରୁ 8ଜଣ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନୂଆଦିଲ୍ଲୀରେ ପଞ୍ଜିକୃତ ହୋଇଥିବା ବେଳେ 7ଜଣ ବାଙ୍ଗାଲୋରର ଜାତୀୟ ମେଡିକାଲରେ ଓ ଦୁଇଜଣ ହାଇଦ୍ରାବାଦର ସେଲୁଲାର ବାୟୋଲୋଜିରେ ପଞ୍ଜିକୃତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ମେରଟର ଜଣେ ଦୁଇବର୍ଷର ବାଳିକା କୋରୋନାର ନୂଆ ଷ୍ଟ୍ରେନର ଶିକାର ହୋଇଥିବା ମେରଟର ଡାକ୍ତର ଅଧିକାରୀ ମୁଖ୍ୟ ଅଖିଳେଶ ମୋହନ କହିଛନ୍ତି ।
ଏବେ ସୁ୍ଦ୍ଧା ଦେଶରେ ପ୍ରାୟ 107ଜଣଙ୍କର କୋରୋନା ନୂଆ ଷ୍ଟ୍ରେନ ପାଇଁ ନମୁନା ପରୀକ୍ଷା ସରିଛି । ମଙ୍ଗଳବାର ମୋଟ ଛଅଜଣ ବ୍ରିଟେନ ଫେରନ୍ତା କୋରୋନା ଷ୍ଟ୍ରେନର ଶିକାର ହୋଇଥିବା ବେଳେ ଆଜି ଏହି 20ଜଣରେ ପହଞ୍ଚିଛି । ସମସ୍ତ ସଂକ୍ରମିତଙ୍କୁ ଗୋଟିଏ କୋଠରିରେ ସଙ୍ଗରୋଧ କରି ରଖାଯାଇଛି । ଆମେରିକା ପରେ ଦେଶରେ ଏହା ଦ୍ବିତୀୟ ସର୍ବାଧିକ ମାମଲା । ନୂତନ ଚିହ୍ନଟ ହୋଇଥିବା ଷ୍ଟ୍ରେନ ବ୍ରିଟିଶ ଜନସଂଖ୍ୟାର 70 ପ୍ରତିଶତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ ବୋଲି ନିକଟରେ ବ୍ରିଟିଶ ସରକାର ଘୋଷଣା କରିଛନ୍ତି । ନଭେମ୍ବର 25ରୁ ଡିସେମ୍ବର 23 ତାରିଖ ଭିତରେ ପ୍ରାୟ 33ହଜାର ଯାତ୍ରୀ ବ୍ରିଟେନରୁ ଭାରତର ବିଭିନ୍ନ ବିମାନବନ୍ଦରେ ଓହ୍ଲାଇଛନ୍ତି । ସେମାନଙ୍କୁ ଟ୍ରାକ କରାଯାଇ ନମୁନା ପରୀକ୍ଷା କରାଯିବାକୁ ବ୍ୟବସ୍ଥା ଚାଲିଛି ।
@IANS