ETV Bharat / bharat

ଯାତ୍ରା ହେଲା ଶେଷଯାତ୍ରା, ଟ୍ରକ-ବୋଲରୋ ମୁହାଁମୁହିଁରେ ଲିଭିଗଲା 14 ଜୀବନ ଦୀପ

ଉତ୍ତରପ୍ରଦେଶର ପ୍ରତାପଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା 14ଜଣଙ୍କ ଜୀବନ । ଅଧିକ ପଢନ୍ତୁ...

ଭୟଙ୍କର ସଡକ ଦୁର୍ଘଟଣା,14ମୃତ
ଭୟଙ୍କର ସଡକ ଦୁର୍ଘଟଣା,14ମୃତ
author img

By

Published : Nov 20, 2020, 8:08 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡର ମାଣିକପରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିବାହ ଉତ୍ସବରୁ ଫେରୁଥିବା ବେଳେ ବୋଲେରୋଟି ନିୟନ୍ତ୍ରଣ ହରାଇ ଟ୍ରକ ସହ ପିଟି ହେବା ଫଳରେ 14 ଜଣଙ୍କର ଅକାଳ ମୃତ୍ୟୁ ହୋଇଛି ।

ଭୟଙ୍କର ସଡକ ଦୁର୍ଘଟଣା,14ମୃତ

ସୂଚନାଅନୁସାରେ, ମୃତକମାନେ ନବାଜଗଜ ଅଞ୍ଚଳ ଶେଖପରୁରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ବୋଲେରୋରେ ଫେରୁଥିଲେ । ରାସ୍ତାରେ ଛିଡା ହୋଇଥିବା ଗୋଟିଏ ଟ୍ରକ ସହ ବୋଲେରୋଟି ପିଟି ହେବା ଫଳରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ 14 ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ ।

ତେବେ ଗାଡି ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟ ଜଣେ ଶିଶୁ ଥିବାବେଳେ 6ଜଣ ନାବାଳକ ଥିବା ଜଣାପଡିଛି । 12ଜଣ ମୃତକ ଜିଗ୍ରାପୁର ଚୋଷା ଗାଁର ବୋଲି ଜଣାପଡିଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୋଲିସକୁ ମୃତଦେହ ଉଦ୍ଧାର କରିବାକୁ ପ୍ରାୟ ଦୁଇଘଣ୍ଟା ଲାଗିଥିଲା । ଗ୍ୟାସ କଟରରେ ବୋଲୋରକୁ କାଟି ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । 14ଜଣଙ୍କର ଅକାଳ ମୃତ୍ୟୁରେ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଘଟଣାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାରୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.