ETV Bharat / bharat

ସୀମାରେ ଛକାପଞ୍ଝା: ରବିବାର ଭାରତ-ଚୀନ 13ତମ ରାଉଣ୍ଡ ଆଲୋଚନା - India-China talks update

ରବିବାର ହେବ ଭାରତ ଚୀନ ମଧ୍ୟରେ କମାଣ୍ଡସ୍ତରୀୟ 13ତମ ରାଉଣ୍ଡ କଥାବାର୍ତ୍ତା । ସୀମାରେ ଉତ୍ତେଜନା ହ୍ରାସ ସହ ଶାନ୍ତି ବଜୟ ରଖିବା ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ...

ଆସନ୍ତାକାଲି ଭାରତ-ଚୀନ 13 ତମ ରାଉଣ୍ଡ ଆଲୋଚନା
ଆସନ୍ତାକାଲି ଭାରତ-ଚୀନ 13 ତମ ରାଉଣ୍ଡ ଆଲୋଚନା
author img

By

Published : Oct 9, 2021, 4:30 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ରବିବାର) ଭାରତ ଚୀନ ମଧ୍ୟରେ କମାଣ୍ଡସ୍ତରୀୟ 13 ତମ ରାଉଣ୍ଡ କଥାବାର୍ତ୍ତା । ଉଭୟ ପକ୍ଷ ମଧ୍ୟରେ ଆସନ୍ତାକାଲି ପୂର୍ବାହ୍ନ 10:30ରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ମୋଲଡୋରେ ଏହି ଆଲୋଚନା ହେବାକୁ ଯାଉଛି । ଏହି ଆଲୋଚନାରେ ଉଭୟ ସେନାର କିଛି ବରିଷ୍ଠ ସେନାଧିକାରୀ ଅଂଶ ଗ୍ରହଣ କରିବେ । ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଓ LAC ଉତ୍ତେଜନା ହ୍ରାସ କରିବା ଉପରେ ବୈଠକରେ ଆଲୋଚନା କରାଯିବ ।

  • 13th round of India-China talks to address the ongoing military stand-off to be held in Moldo on the Chinese side of the Line of Actual Control (LAC) at 10:30 am tomorrow. Resolution of friction point at Hot Springs to be discussed during the talks: Army sources pic.twitter.com/B6RTcAbsXp

    — ANI (@ANI) October 9, 2021 " class="align-text-top noRightClick twitterSection" data=" ">

ଉଭୟ ସେନା ମଧ୍ୟରେ ସଂଘର୍ଷ କମ କରିବା ସହ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଏକାଧିକ ଦିଗ ଉପରେ ଆଲଚନା ହେବ । ତେବେ ଗତ ଦୁଇଦିନ ତଳେ ଚୀନ ସେନା ସୀମା ଅତିକ୍ରମ କରିଥିବା ମଧ୍ୟ ଅଭିଯୋଗ ହୋଇଥିବାବେଳେ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଗଲଓ୍ବାନ ଘାଟିରେ ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ପକ୍ଷ ସେମାନଙ୍କ ସାମରିକ ଗତିବିଧିକୁ ବଢାଇବାରେ ଲାଗିଛନ୍ତି । ଫଳରେ କୌଣସି ସମୟରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ଏହାରି ମଧ୍ୟରେ ପୂର୍ବରୁ ଏକାଧିକ ବାର ଆଲୋଚନା ହୋଇଥିବାବେଳେ ଆସନ୍ତାକାଲି ୧୩ ତମ ରାଉଣ୍ଡ ଅନୁଷ୍ଠିତ ହେବାକୁ ଯାଉଛି । ଏପଟେ ସ୍ଥଳସେନା ଲଦାଖ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରି ଫେରିଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.