ETV Bharat / bharat

Bihar: ନାବାଳିକାକୁ ଅପହରଣ ପରେ 28ଦିନ ଗଣଦୁଷ୍କର୍ମ ! - ବିହାର ଖବର

ବିହାର ମୁଜାଫରପୁରରେ 13 ବର୍ଷୀୟା ନାବାଳିକାକୁ ଅପହରଣ ପରେ ଦୀର୍ଘ 28 ଦିନ ଗଣଦୁଷ୍କର୍ମ । ଅଜଣା ନମ୍ବରରୁ ଫୋନ କଲ ପାଇଁ ଝିଅକୁ ଉଦ୍ଧାର କଲେ ମା’ । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାର ଅଭିଯୋଗ । ଅଧିକ ପଢନ୍ତୁ

Bihar: ନାବାଳିକାକୁ ଅପହରଣ ପରେ 28 ଦିନ ଗଣଦୁଷ୍କର୍ମ !

author img

By

Published : Aug 7, 2023, 9:41 PM IST

ପାଟନା: ବିହାରରେ ଲଜ୍ଜା । ଜଣେ 13 ବର୍ଷୀୟା ନାବାଳିକାକୁ ଅପହରଣ କରି ଦୀର୍ଘ 28 ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ମୁଜାଫରପୁରରେ ଘଟିଛି । 6 ଜଣ ଅଭିଯୁକ୍ତ ଏପରି କାଣ୍ଡ କରିଥିବା ପୀଡିତାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ପୀଡିତାଙ୍କ ମା’ ସ୍ଥାନୀୟ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଜୁଲାଇ 9 ତାରିଖରେ ଏକ କାରରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଝିଅଙ୍କୁ ଅପହରଣ କରି ନେଇଯାଇଥିଲେ । ନାବାଳିକାଜଣଙ୍କର କୌଣସି ପତ୍ତା ନମିଳିବା ପରେ ମହିଳାଜଣଙ୍କ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ମଧ୍ୟ ରୁଜୁ କରିଥିଲେ । ତେବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଗଷ୍ଟ 5 ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ ଆସିଥିଲା । ସାରାଇୟା ଚୌକରୁ ତାଙ୍କ ଝିଅଙ୍କୁ ନେଇ ଯିବାକୁ ମହିଳାଙ୍କୁ କହିଥିଲା ଦୁର୍ବୃତ୍ତ । ମହିଳାଜଣଙ୍କ ରାତି ପ୍ରାୟ 8 ଟାରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଚେତାଶୂନ୍ୟ ଅବସ୍ଥାରେ ନିଜ ଝିଅକୁ ଉଦ୍ଧାର କରିଥିଲେ । ତାର ଅବସ୍ଥା ସଙ୍କଟାପନ୍ନ ମଧ୍ଯ ଥିଲା । ନାବାଳିକାଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ନାବାଳିକାଜଣଙ୍କ ନିଜ ମା’ଙ୍କୁ ଦେଇଥିବା ସୂଚନା ଅନୁସାରେ, ତାଙ୍କୁ ପ୍ରାୟ 6 ଜଣ ଅଭିଯୁକ୍ତ ଅପହରଣ କରିନେଇ ଏକ ପରିତ୍ୟକ୍ତ ଘରେ ରଖିଥିଲେ । ଦୀର୍ଘ 28 ଦିନ ଧରି ତା ସହ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ହତ୍ୟା ଧମକ ମଧ୍ୟ ଦେଇଥିଲେ । କ୍ରମଶଃ ତାର ସ୍ବାସ୍ଥ୍ଯାବସ୍ଥା ବିଗିଡିବା ପରେ ସେମାନେ ତାର ଘରକୁ ଫୋନ କରି ନାବାଳିକାକୁ ନେଇଯିବାକୁ କହିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ସେହି ସ୍ଥାନରେ ଛାଡିଦେଇ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ:-ଚାକିରି ଲୋଭରେ ବିଦେଶ ଯାଇଥିଲେ, ପ୍ରତାରଣାର ଶୀକାର ହୋଇ ଫେରିଲେ 2 ଯୁବତୀ

ଏବେ ମାମଲା ରୁଜୁ ପରେ ପୋଲିସ ପୀଡିତା ନାବାଳିକାର ଡାକ୍ତରୀମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ମଧ୍ୟ ରେକର୍ଡ କରିଛି । ପ୍ରାଥମିକ ତଦନ୍ତ ପରେ, ନାବାଳିକାଜଣଙ୍କ ସାମାଜିକ ଗଣମାଧ୍ୟମରେ ଅଭିଯୁକ୍ତଙ୍କ ସଂସ୍ପର୍ଷରେ ଆସିଥିବା ଜଣାପଡିଛି । ଏକାଧିକ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତ ଫେରାର ରହିଛନ୍ତି । ଅନ୍ୟପଟେ ପୀଡିତାଙ୍କ ମା’ ପୋଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ କରିଛନ୍ତି । ଝିଅ ନିଖୋଜ ନେଇ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୀଡିତାଙ୍କ ମା’ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.