ETV Bharat / bharat

ମୁର୍ମୁଙ୍କ ଉପରେ ପୁସ୍ତକ ଲେଖିଲେ କୁନି ଝିଅ, ମମତା ସୋନିଆଙ୍କୁ ସମର୍ଥନ ଲାଗି ଆହ୍ବାନ - କୁନି ଲେଖିକା ଭାବିକା ମାହେଶ୍ବରୀ

ରାଷ୍ଟ୍ରପତି ନିର୍ବାଚନ ପାଇଁ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କ ଜୀବନ ଓ ସଂଘର୍ଷକୁ ନେଇ ପୁସ୍ତକ ଲେଖିଲେ ଗୁଜୁରାଟର କୁନି ଝିଅ ଭାବିକା । ଅଧିକ ପଢନ୍ତୁ

ମୁର୍ମୁଙ୍କ ଉପରେ ପୁସ୍ତକ ଲେଖିଲେ କୁନି ଝିଅ, ମମତା ସୋନିଆଙ୍କୁ ସମର୍ଥନ ଲାଗି ଆହ୍ବାନ

author img

By

Published : Jul 17, 2022, 9:23 PM IST

ଗାନ୍ଧୀନଗର: ରାଷ୍ଟ୍ରପତି ନିର୍ବାଚନ ପାଇଁ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ (NDA Presidential Candidate Draupadi Murmu) । ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କୁ ଅନେକ ଦଳ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି । ଏହାରି ମଧ୍ୟରେ ଗୁଜୁରାଟର କୁନି ଲେଖିକା ଭାବିକା ମାହେଶ୍ବରୀ (Bhavika Maheshwari) ମୁର୍ମୁଙ୍କ ଉପରେ ଏକ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକକୁ ସେ ଟ୍ବିଟରରେ ଅପଲୋଡ଼ କରିଥିବା ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା TMC ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସମର୍ଥନ ଲାଗି ଆହ୍ବାନ ଦେଇଛନ୍ତି ।

ମୁର୍ମୁଙ୍କ ଉପରେ ପୁସ୍ତକ ଲେଖିଲେ କୁନି ଝିଅ, ମମତା ସୋନିଆଙ୍କୁ ସମର୍ଥନ ଲାଗି ଆହ୍ବାନ

ଏହି କୁନି ଲେଖିକା ସୁରଟ ଅଧିବାସୀ ହୋଇଥିବା ବେଳେ ସେ ସୋନିଆ ଓ ମମତାଙ୍କ ସମର୍ଥନ ଲୋଡ଼ିଛନ୍ତି । ଏହି କୁନି ଲେଖିକା ଜଣକ ନିକଟରେ ରାଷ୍ଟ୍ରପତି ଭବନ ପରିଭ୍ରମଣ କରିଥିଲେ । ସେଠାରେ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ତାଙ୍କ ପିତା ଭାବିକାଙ୍କୁ ଜଣାଇଥିଲେ । ଯଦି ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟିନୀ ହୁଅନ୍ତି, ତେବେ ସେ ଭାରତର ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ରାଷ୍ଟ୍ରପତି (First President of India from the tribal community) ହେବେ ।

ଏହାପରେ ଭାବିକା ଦିଲ୍ଲୀର ଦରିଆଗଞ୍ଜରେ ଏବଂ ଇଣ୍ଟରନେଟରେ ମୁର୍ମୁ ଉପରେ ପୁସ୍ତକ ଖୋଜିବା ଆରମ୍ଭ କରିଥିଲେ । ମାତ୍ର ମୁର୍ମୁଙ୍କ ଜୀବନ ଏବଂ ସଂଘର୍ଷକୁ ନେଇ ସେପରି ବିଶେଷ ପୁସ୍ତକ ଉପଲବ୍ଧ ନଥିଲା । ଏଣୁ ସେ ମୁର୍ମୁଙ୍କ ଉପରେ ଏକ ପୁସ୍ତକ ଲେଖିବାର ସଂକଳ୍ପ ନେଇଥିଲେ ଯାହା ଦ୍ବାରା ଲୋକମାନେ ତାଙ୍କ ବିଷୟରେ ଜାଣିପାରିବେ । ଏଠାରୁ ହିଁ ତାଙ୍କ ପୁସ୍ତକ ଲେଖିବା ଯୋଜନା ଆରମ୍ଭ ହୋଇଥିଲା ।

ଏ ନେଇ ଭାବିକା କହିଛନ୍ତି ଯେ, "ଏକ ବସ୍ତିରେ ଜନ୍ମ ହେବା ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ହେବା ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶ ପାଇଁ ଗୌରବ । ଯଦି ମୁର୍ମୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରି ରାଷ୍ଟ୍ରପତି ହୁଅନ୍ତି, ତେବେ ଏହା ବିଶ୍ବକୁ ଏକ ସକାରାତ୍ମକ ବାର୍ତ୍ତା ପଠାଇବ ଏବଂ ମହିଳା ସଶକ୍ତିକରଣ ପାଇଁ ଏକ ବଡ଼ ଉତ୍ସାହ ହେବ ।" ରାଷ୍ଟ୍ରପତି ନିର୍ବାଚନ ପରେ ହିନ୍ଦୀରେ ଥିବା ତାଙ୍କ ଇ-ବୁକ୍ ଛପା ହୋଇ ଶୀଘ୍ର ପ୍ରକାଶ ପାଇବ । ଏହା ଇଂରାଜୀ, ଗୁଜରାଟୀ ଏବଂ ଓଡିଆ ଭାଷାରେ ମଧ୍ୟ ପ୍ରକାଶିତ ହେବ ବୋଲି ଭାବିକା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.