ETV Bharat / bharat

ମା’ ହେଲେ ନବମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମ କରିଛନ୍ତି ଅନେକ ସହପାଠୀ

author img

By

Published : Aug 23, 2021, 3:33 PM IST

ମାଆ ହେଲେ ନବମ ଶ୍ରେଣୀରେ ପାଠ ପଢୁଥିବା ୧୨ ବର୍ଷର ନାବାଳିକା । ଆଉ ଏହାର କାରଣ ମଧ୍ୟ ଜଣେ ନାବାଳକ । ଏଭଳି ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଶେରଗଡ଼ ଜିଲ୍ଲାରେ ଘଟିଛି । ଅଧିକ ପଢନ୍ତୁ...

ରାଜସ୍ଥାନରେ ଚାଞ୍ଚଲ୍ୟକର ଘଟଣା, ନବଜାତକୁ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

ଜୟପୁର: ରାଜସ୍ଥାନର ଶେରଗଡ଼ ଜିଲ୍ଲାରେ ୧୨ ବର୍ଷର ନାବାଳିକା ହୋଇଛି ସନ୍ତାନର ମାଆ । ନାବାଳିକାର ଏହି ପରିସ୍ଥିତି ପାଇଁ ଜଣେ ନାବଳକ ଦାୟୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ରାଜ୍ୟ ଶିଶୁ ସଂରକ୍ଷଣ ଆୟୋଗର ଅଧ୍ୟକ୍ଷା ସଙ୍ଗୀତା ବୈନିବାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହସ୍ପିଟାଲରେ ନାବାଳିକା ସନ୍ତାନକୁ ଜନ୍ମ ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ସାଜିଥିବା ସୂଚନା ମିଳିଛି ।

ଶିଶୁ ଆୟୋଗର ଅଧ୍ୟକ୍ଷା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନାବାଳିକାର ଯତ୍ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଉଭୟ ମାଆ ଓ ସନ୍ତାନ ସୁସ୍ଥ ମଧ୍ୟ ଅଛନ୍ତି । ପୋଲିସ ଘଟଣାର ଯାଞ୍ଚ କରୁଛି । ଅଧ୍ୟକ୍ଷା ନାବାଳିକାର ଅଭିଭାବକଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି । ତେବେ ବର୍ତ୍ତମାନ ନବଜାତ ଶିଶୁ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୀଡି଼ତାଙ୍କ ସହିତ ଅନେକ ସହପାଠୀ ଦୁଷ୍କର୍ମ କରିଛନ୍ତି ବୋଲି ପୀଡି଼ତା ଜଣକ ଅଧ୍ୟକ୍ଷାଙ୍କୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ପୀଡି଼ତା ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଡକ୍ଟର ଧନପତ ଗୁର୍ଜର ପୀଡ଼ିତାଙ୍କ ପରିବାର ସହିତ ଆଲୋଚନା କରିବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ।

ଅଭିଯୁକଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ଜଣେ ଯୁବକ ଥିବା ଜଣାପଡ଼ିଛି । ତେବେ ସୂଚନା ଅନୁସାରେ ଗତବର୍ଷ ପୀଡି଼ତା ବିଦ୍ୟାଳୟ ଆସିବା ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ । ଅଭିଯୁକ୍ତ ଜଣକ ଏକ ଜିପ ଆଣିଥିବା ବେଳେ ସେଥିରେ ଅନ୍ୟ ଜଣେ ବ୍ୟକ୍ତି ରହିଥିଲା । ସେମାନେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଭୟରେ ପୀଡ଼ିତା ଜଣକ ଏ ସମ୍ପର୍କରେ କାହାରିକୁ କିଛି କହିନଥିବା କହିଛନ୍ତି । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ହୋଇଥିବା ବେଳେ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଜନ ଜାଗରଣ କାର୍ଯ୍ୟକ୍ରମ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ।

ତେବେ ନିଜ ସନ୍ତାନଙ୍କ ମଧ୍ୟରୁ ଏଭଳି ଭୟକୁ ବାହାର କରିବାକୁ ପଡ଼ିବ । ଫଳରେ ଶିଶୁଙ୍କ ସହିତ ଘଟୁଥିବା ସମସ୍ତ ଘଟଣାକୁ ସେ ବିନା ଭୟରେ ନିଜ ପରିବାର ସହିତ ଆଲୋଚନା କରିପାରିବେ । ଏହି ପୀଡ଼ିତା ଜଣକ ଗର୍ଭବତୀ ହେବା ପରେ ପରିବାର ସଦସ୍ୟମାନେ ମଧ୍ୟ ଜାଣିପାରିନଥିଲେ । କୋରୋନା ମହାମାରୀ ପାଇଁ ପୀଡ଼ିତା ଘରେ ଥିବାରୁ ତାଙ୍କ ଶରୀର ବଢୁଥିବା ସେମାନେ ଭାବିଥିଲେ ବୋଲି କହିଛନ୍ତି । ୨ ଦିନ ପୂର୍ବରୁ ପୀଡ଼ିତା ଜଣକ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ଆଣିବା ପରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.