ETV Bharat / bharat

ସରଜୁ ନଦୀରେ ବୁଡି ଗଲେ ଗୋଟିଏ ପରିବାରର 12 ସଦସ୍ୟ - ଗୁପ୍ତାର ଘାଟ

ସରଜୁ ନଦୀର ପ୍ରସିଦ୍ଧ ଗୁପ୍ତାର ଘାଟରେ ଗାଧାେଉଥିବା ସମୟରେ ପାଣିରେ ବୁଡିଗଲେ ଗୋଟିଏ ପରିବାରର 12 ସଦସ୍ୟ । ଅଧିକ ପଢନ୍ତୁ...

ସରଜୁ ନଦୀରେ ବୁଡିଗଲେ ଗୋଟିଏ ପରିବାରର 12 ସଦସ୍ୟ

author img

By

Published : Jul 9, 2021, 4:15 PM IST

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବଡ ଅଘଟଣ । ସରଜୁ ନଦୀର ପ୍ରସିଦ୍ଧ ଗୁପ୍ତାର ଘାଟରେ ଗାଧାେଉଥିବା ସମୟରେ ପାଣିରେ ବୁଡିଯାଇଛନ୍ତି ଗୋଟିଏ ପରିବାରର 12 ସଦସ୍ୟ ।

ସୂଚନା ଅନୁଯାୟୀ, ଆଗ୍ରାରୁ 4 ପରିବାରର 15 ଜଣ ଅଯୋଧ୍ୟା ବୁଲିବାକୁ ଆସିଥିଲେ । ତେବେ ଗାଧୋଉଥିବା ସମୟରେ ସମସ୍ତେ ଅଚାନକ ସରଜୁ ନଦୀର ଗପ୍ତାର ଘାଟରେ ବୁଡିଯାଇଥିଲେ । ଏଥିରେ ଶିଶୁ ଓ ମହିଳା ମଧ୍ୟ ସାମିଲ ଅଛନ୍ତି ।

ଘଟଣାସ୍ଥଳରୁ 3 ଜଣଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ନଦୀର ଗଭୀର ଭିତରୁ ଯାଇ ସମସ୍ତେ ସ୍ନାନ କରୁଥିବା ସୂଚନା ମିଳିଛି । ବୁଡିଯାଇଥିବା ସମସ୍ତେ ଆଗ୍ରା ସିକନ୍ଦରାର ନିବାସୀ ବୋଲି ଜଣାପଡିଛି ।

ଘଟଣା ବିଷୟରେ ଅବଗତ ଅଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଅଧିକାରୀଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.