ETV Bharat / bharat

ପଞ୍ଜାବ ପୋଲିସକୁ ବଡ଼ ସଫଳତା: ୧୨କେଜି ହେରୋଇନ୍ ସହ ୮୪ ଲକ୍ଷ ଟଙ୍କା ଜବତ, ୩ ଗିରଫ - amritsar police

ପଞ୍ଜାବରେ ଦିନକୁ ଦିନ ନିଶାକାର ବାର ବଢ଼ିବାରେ ଲାଗିଛି । ନିଶା ବେପାରି ମାନେ ପୋଲସକୁ ଚ୍ୟାଲେଞ୍ଜ କରି ବିଭିନ୍ନ ଅସାଧୁ ଉପାୟରେ ନିଜର ନିଶା କାରବାର ଚଳାଇଥାନ୍ତି । ୧୨କେଜି ହେରୋଇନ୍ ସହ ୮୪ ଟଙ୍କା ଜବତ ଓ ୩ ଗିରଫ । ଅଧିକ ପଢନ୍ତୁ...

ପଞ୍ଜାବ ପୋଲିସକୁ ବଡ ସଫଳତା , ୧୨କେଜି ହିରୋଇନ୍ ସହ ୮୪ ଲକ୍ଷ ଟଙ୍କା ଜବତ ଓ ୩ ଗିରଫ

author img

By

Published : Aug 10, 2023, 6:02 PM IST

ଚଣ୍ଡିଗଡ: ପଞ୍ଜାବରେ ଦିନକୁ ଦିନ ନିଶାକାର ବାର ବଢ଼ିବାରେ ଲାଗିଛି । ନିଶା ବେପାରିମାନେ ପୋଲସକୁ ଚ୍ୟାଲେଞ୍ଜ କରି ବିଭିନ୍ନ ଅସାଧୁ ଉପାୟରେ ନିଜର ନିଶା କାରବାର ଚଳାଇଥାଆନ୍ତି । ପଞ୍ଜାବ ପୋଲିସ ମଧ୍ୟ ବିଭିନ୍ନ ସମୟରେ ନିଶା ବେପାରିଙ୍କ ଉପରେ ଚଢ଼ାଉ କରି ସେମାନଙ୍କଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥାଏ । ବିଭିନ୍ନ ସମୟରେ ନିଶା କାରବାରରେ ପାକିସ୍ତାନର ସଂପୃକ୍ତି ଥିବା ସାମ୍ନାକୁ ଆସିଛି । ପୁଣିଥରେ ପଞ୍ଜାବର ଅମୃତସର ପୋଲିସ ୧୨ କେଜି ହେରୋଇନ୍ ସହ ୮୪ ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ ଆଜି(ଗୁରୁବାର) ପଞ୍ଜାବ ପୋଲିସ 3 ଜଣ ନିଶା ବେପାରିଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୨ କେଜି ହେରୋଇନ୍ ସହ ୮୪ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍‌ଡିପିସି ଆକ୍ଟରେ ଲୋକପୋଲ ଥାନାରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି । ପଞ୍ଜାବ ପୋଲିସ ଡିଜି ଗୈରବ ୟାଦବ ସୂଚନା ଦେଇଛନ୍ତି, ଗୁଇନ୍ଦା ସୂଚନାର ଅନୁସାରେ ଅମୃତସର ପୋଲିସ ଏହି ନିଶାବେପାରିଙ୍କ ଉପରେ ନଜର ରଖାଯାଇଥିଲା । ଏହି ନିଶାବେପାରିମାନେ ପାକିସ୍ତାନ ସହ ସଂପୃକ୍ତ ରହିଥିବା ମଧ୍ୟ ସୂଚନା ମିଳିଥିଲା । ଜବତ ହେରୋଇନ ସବୁ ପାକିସ୍ତାନକୁ ପଠା ଯାଇଥାଆନ୍ତା । ଅଭୁଯିକ୍ତମାନେ ଏତେ ପରିମାଣର ହେରୋଇନ ସହ ୮୪ ଲକ୍ଷ ଟଙ୍କା କେଉଁଠାରୁ ଆଣିଲେ ଏନେଇ ଅଧିକ ତଦନ୍ତ ତରୁଛି ପୋଲିସ । ପୋଲିସ ଡିଜି ଗୈରବ ଯାଦବ କହିଛନ୍ତି ପଞ୍ଜାବକୁ ନିଶାମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାଗୱାନ୍ତ ମାନଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଜାବ ପୋଲସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ପଞ୍ଜାବରେ ଆଗାମୀ ଦିନରେ ନିଶା କାରବାରକୁ କିଭଳି ଭାବେ ଦମନ କରାଯିବ ସେନେଇ କାର୍ଯ୍ୟକରାଯିବ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁର୍ବରୁ...

ଗତ ଅଗଷ୍ଟ 6 ତାରିଖ ଦିନ 10ଟା ସମୟରେ ପଞ୍ଜାବର ଅମୃତସର ଏବଂ ତର୍ନ ତାରନରୁ ଏକ ଡ୍ରୋନକୁ ଗୁଳିକରି ଖସାଇଥିଲେ ଭାରତୀୟ ସୀମା ସୁରକ୍ଷାକର୍ମୀ । ଗୋଟିଏ ଦିନରେ ପାକିସ୍ତାନର 2ଟି ଡ୍ରୋନକୁ ଜବତ କରିଥିଲେ ସୀମା ସୁରକ୍ଷା ବଳ । ପଞ୍ଜାବର ଅମୃତସର ଏବଂ ତର୍ନ ତରନ ଜିଲ୍ଲାରୁ ଏହି ଡ୍ରୋନକୁ ଜବତ କରାଯାଇଥିଲା । ତେବେ ଡ୍ରୋନ 2ଟିକୁ ଉଦ୍ଧାର କରାଯିବା ପରେ ସୀମାରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଥିଲା ।

ସୀମା ସୁରକ୍ଷା ବଳ ଏବଂ ସ୍ଥାନୀୟ ପୋଲିସର ମିଳିତ ଅପରେସନ ବେଳେ ଅମୃତସର ଜିଲ୍ଲା ରତ୍ନ ଖୁର୍ଦ ନିକଟସ୍ଥ ଅଞ୍ଚଳରେ ପାକିସ୍ତାନରୁ ଭାରତ ସୀମା ଭିତରକୁ ପ୍ରବେଶ କରୁଥିବା ଡ୍ରୋନ୍‌ର ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ଯବାନମାନେ ତୁରନ୍ତ ଡ୍ରୋନ୍‌ ଉପରକୁ ଗୁଳିମାଡ଼ କରିଥିଲେ ଫଳରେ ବ୍ୟାଟେରି ସହିତ ଏକ ଡ୍ରୋନ୍‌କୁ ଏକ କ୍ଷେତରୁ ଉଦ୍ଧାର କରାଯାଇଥିଲା । ତେବେ ଦିନକୁ ଦିନ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଦେଖି ସୀମାରେ ସୁରକ୍ଷା ବଳୟକୁ ଆହୁରି ବଢ଼ାଇ ଦିଆଯାଇଛି । ନିଶା କାରବାରରେ ଏହି ଡ୍ରୋନ୍‌ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି ।

ଏହା ପୁର୍ବରୁ ଡିସେମ୍ବର 4 ତାରିଖରେ ମଧ୍ୟରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ କରି ଭାରତ ଅଞ୍ଚଳକୁ ପ୍ରବେଶ କରିଥିବା ପାକିସ୍ତାନୀ ଡ୍ରୋ୍ନ‌କୁ ମଧ୍ୟ ଖସାଇଥିଲେ ସୁରକ୍ଷାକର୍ମୀ । ସୂଚନା ଅନୁସାରେ, ନିକଟରେ ପଞ୍ଜାବ ପୋଲିସ ସୀମାନ୍ତ ଅଞ୍ଚଳରେ 77କିଗ୍ରା ହେରୋଇନ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ 400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ପଞ୍ଜାବ ପୋଲିସ ଡିଜିପି ଗୌରଭ ଯାଦବଙ୍କ ନେତୃତ୍ବରେ ଏହି ଅପରେସନ ଆରମ୍ଭ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.